କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - କେନ୍ଦ୍ରାପଡା ପୌରାଂଚଳ ଉନ୍ନତି ଓ ସୈନ୍ଦର୍ଯ୍ୟକରଣ ଯୋଜନାରେ କୁରୁକ୍ଷେତ୍ର ର କପିଧ୍ୱଜ ମଡେଲର ରଥ ଉଦ୍ଘାଟିତ ହୋଇଯାଇଛି । କେଶପୁର ବଜାର ୬ନଂ ୱାର୍ଡ ପଂଚମୁଖୀ ହନୁମାନ ମନ୍ଦିର ନିକଟ ଛକରେ ଏହି ରଥ ସ୍ଥାପନ କରାଯାଇଛି । ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରଥ ଅଦରକାରୀ ଓ ବ୍ୟବହୃତ ପଲିଥିନ ସାମଗ୍ରୀର ପୁନଃ ପ୍ରକ୍ରିୟାକରଣ ଦ୍ୱାରା ଏହି ମୂର୍ତି ନିର୍ମାଣ କରାଯାଇଛି । ଖୋର୍ଦ୍ଧା ତମାଣ୍ଡୋର ଓଡିଶା ପୋଗ୍ରେସିଭ ଆଟିଷ୍ଟ ଗ୍ରୁଫ୍ ଦ୍ୱାରା ଏହି ପ୍ରକଳ୍ପକୁ ରୂପ ଦିଆଯାଇଛି। ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମ ରେ ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପାଳ ରଘୁରାମ ଆର ଆୟାର, ପୈାରାଧ୍ୟକ୍ଷା ସରିତା ସାହୁ ଓ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କ ସମେତ ସାଂସଦଙ୍କ ପ୍ରତିନିଧି ସଲିମ ଖାନ, କଉନସିଲର ନିରାକାର ସ୍ୱାଇଁ, ସୁକୁମାର ଚୈାଧୁରୀ, ଉମେଶ ଚନ୍ଦ୍ର ନାୟକ, ପ୍ରଦିପ୍ତ ଜେନା, ହିରଣ୍ୟ ପଣ୍ଡା, ସେକ ଅସଲମ, ହବିବା ବେଗମ, ଫରଜନ ଖାତୁନ, ସମାଜସେବୀ ମନୀନ୍ଦ୍ର କୁମାର ରାଉତ, ସୈାମେନ୍ଦ୍ର ପୃଷ୍ଟି, କାଳୀପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ କାଉନସିଲର ଓ ସ୍ଥାନୀୟ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି