କେନ୍ଦ୍ରାପଡାରେ ବିଶ୍ୱ ପ୍ରାଣୀ ଦିବସ ପାଳନ
କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - କେନ୍ଦ୍ରାପଡା ପ୍ରାଣୀ ସମ୍ପ ବିସର୍ଗ ଆନୁକୁଲ୍ୟରେ ମୁଖ୍ୟ ଚିକିତ୍ସାଳୟର ସଭା ଗୃହରେ ୧୦୦ ତମ ବିଶ୍ୱ ପ୍ରଣୀ ଦିବସ ପାଳନ କରାଯାଇଛି । ଉକ୍ତ ସଭାରେ ସି.ଡି.ଭି.ଓ ଡଃ ମନୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସରକାରୀ ଜିଲ୍ଲାପାଳ ଦିନେଶ
କେନ୍ଦ୍ରାପଡାରେ ବିଶ୍ୱ ପ୍ରାଣୀ ଦିବସ ପାଳନ


କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - କେନ୍ଦ୍ରାପଡା ପ୍ରାଣୀ ସମ୍ପ ବିସର୍ଗ ଆନୁକୁଲ୍ୟରେ ମୁଖ୍ୟ ଚିକିତ୍ସାଳୟର ସଭା ଗୃହରେ ୧୦୦ ତମ ବିଶ୍ୱ ପ୍ରଣୀ ଦିବସ ପାଳନ କରାଯାଇଛି । ଉକ୍ତ ସଭାରେ ସି.ଡି.ଭି.ଓ ଡଃ ମନୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସରକାରୀ ଜିଲ୍ଲାପାଳ ଦିନେଶ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଏସ୍‌.ପି.ସିଏ ର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ,ଏଡି.ଭି.ଓ ଡଃ ପ୍ରଭଞ୍ଜନ ରଞ୍ଜନ କବି ଅଂଶ ଗ୍ରହଣ କରିଥିଲେ । ଉପନିର୍ଦ୍ଧେଶ ଡଃ ତୁଷାର ଚନ୍ଦ୍ର ମିଶ୍ର ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ଗୋଶାଳର ପ୍ରତିନିଧି ତରୁଣ ରଞ୍ଜନ ପ୍ରଧାନ, ବିଜୟ କୁମାର କବି, ସର୍ବେଶ୍ୱର ମିଶ୍ର, ସରୋଜ କୁମାର ଦାସ ଓ ସତ୍ୟଭାମା ରାଉତ ଯୋଗ େଇଥିଲେ । ପ୍ରାକ ଐତିହାସିକ କାଳରୁ ପ୍ରଣୀଜଗତ ସହିତ ମାନବ ସମାଜର ସଂପର୍କ ଯୁଗ ଯୁଗ ଧରି ରହି ଆସିଛି । ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ ଦିଗରେ ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କର ଭୂମିକାଗୁରୁତ୍ୱ ପୂର୍ଣ୍ଣ, କୀଟ ପତଙ୍ଗ ଠାରୁ ଆରମ୍ଭ କରି ବଣ ଜଙ୍ଗଲର ହିଂସ୍ର ପ୍ରାଣୀ ପର୍ଯ୍ୟନ୍ତଏକ ସନ୍ତୁଳିତ ଉନ୍ନତପ୍ରୂଷଣ ମୁକ୍ତ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ । ଆମ ଓଡିଶାବଣ ଜଙ୍ଗଲ, ପହାଡପର୍ବତ, ସମୁଦ୍ର, ହ୍ରଦ, ନଈନାଳ, ଝରଣା ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୁର ହୋଇଥିବା ବେଳେ ଶିମିଳିପାଳର କଳାବାଘ ଠାରୁ ଆରମ୍ଭ କରି ଭିତର କନିକାର କୁମ୍ଭୀର, ଚିଲିକାର ରିଗାବାଢ ଡଲଫିନ୍ ଠାରୁ ଟିକରପଡାର ଅଭୟାରଣ୍ୟର ଜୀବଜନ୍ତୁ, ଗହୀର ମଥାର ଅଲିଭ ଭିତରେ କଇଁଛ ଓ ପାରାଦୀପ ସମୁଦ୍ରର ମାଛ, କଙ୍କଡା, ବିଶେଷ କରି ଶୀତ ଋତୁରେ ବିଶୋଗତ ସୁନ୍ଦର ପକ୍ଷୀମାନଙ୍କର ସମାଗମ ଆମ ଓଡିଶାର ବଣ, ଜଙ୍ଗଲ, ପାହାଡପର୍ବତ, ନୀନାଳ ଭଳି ପ୍ରାକୃତିକ ଆଶ୍ରୟ ସ୍ଥଳରେଅବସ୍ଥାନ କରି ଓଡିଶାକୁ ସୈାନ୍ଦର୍ଯ୍ୟମୟ ଓ ଆକର୍ଷଣୀୟ କରି ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାନ୍ତି । ଏହି ସବୁ ପ୍ରାଣୀମାନଙ୍କର ଆଗମନ ଚଳ ପ୍ରଚଳ ଆମ ମଣିଷ ସମାଜ ପାଇଁ ବରାନ ସୃଶ ଜୈବ ବିଭିଧତାରେ ପରିପୂର୍ଣ୍ଣ ଓଡିଶାର ପ୍ରାକୃତିକ ସମ୍ପର ସୁରକ୍ଷା ସହିତ ପ୍ରାଣୀ ମାନଙ୍କର ସୁରକ୍ଷା ବୋ ସହିତ ହିଂସ୍ର ପ୍ରାଣୀ ମାନଙ୍କ ଆକ୍ରମଣରୁ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବା ସଂପର୍କରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ସେଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ସଂପର୍କରେ ସି.ଡି.ଭି.ଓ ଡଃ ପଟ୍ଟନାୟକ ସୂଚନା େଇଥିଲେ । ବୁଲା ଗାଈଗୋରୁ ଓ ଗାଁ ଗହଳରେ କୁକୁର ମାନଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାସ୍ତା ଘାଟରେ ୁର୍ଘଟଣା ଘଟିବା ସହିତ ଲୋକମାନେ କୁକୁର କାମୁଡାର ଶିକାର ହେଉଛନ୍ତି । ତାହାର ପ୍ରତିକାର ପ୍ରତି ଦୃଷ୍ଟି ବୋକୁ ଏସ୍‌.ପି.ସି.ଏ ର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ ଅନୁରୋଧ କରିଥିଲେ । ଏହି ଅବସରରେ ଡଃ ବିକାଶ ବେହେରାଡଃ ମନିଷ ସିଂହ ଓ ଡଃ ପ୍ରିତମ ମହାପାତ୍ର ଏ ସଂପର୍କରେ ମୂଲ୍ୟବାନ ପରାମର୍ଶ େଇଥିଲେ । ଶେଷରେ ଏ.ଡି.ଭି.ଓ ଡଃ ପ୍ରଭଞ୍ଜନ ରଞ୍ଜନ କବି ଧନ୍ୟବାଦ େଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande