କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- କେନ୍ଦୁଝରଗଡ ପୁରୁଣା ସହର ନିକଟସ୍ଥ ବୈଦରାଜ ସାହିରେ ଥୂବା ଶ୍ରୀ ମୁକ୍ତେଶ୍ବର ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମା'ଲକ୍ଷ୍ମୀଙ୍କର ପୂଜା ଆରାଧନା ଅତି ଭକ୍ତି ଓ ନିଷ୍ଠାର ସହିତ ପାଳନ କରାଯାଇଛି। ବ୍ରାହ୍ମଣ ମାନଙ୍କ ଦ୍ବାରା ମା'ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୋଇଛି। ଗତକାଲି କଳସ ପୂଜନ କାର୍ଯ୍ୟ ସରିଲା ପରେ, ଆଜି ସମସ୍ତ ଭକ୍ତଙ୍କ ପାଇଁ ମାଙ୍କର ଖେଚୁଡ଼ି ଡାଲମା ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। କେନ୍ଦୁଝର ଗଡ଼ ପୁରୁଣା ସହରର ସମାଜସେବି ତଥା ବରିଷ୍ଠ ନାଗ ନାଗରିକ ବୀରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ତାଙ୍କ ସହଧର୍ମିଣୀ ଶିକ୍ଷାବିତ ମନୋଜ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ମା'ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୋଇଥିଲା। ତାଙ୍କର ସୁଯୋଗ୍ୟ ପୁତ୍ର ଦେବୀପ୍ରସାଦ ପଟ୍ଟନାୟକ ଏବଂ ପୁତ୍ରବଧୂ ସ୍ବୟଂଶୀଧା ପଟ୍ଟନାୟକ ସଂକଳ୍ପରେ ବସିଥିଲେ। ଶତାଧିକ ଭକ୍ତଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା ଏବଂ ଆନନ୍ଦରେ ସମସ୍ତ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA