ମାଳଦାରେ ବୈତରଣୀ ମହୋତ୍ସବ ଉଦଘାଟିତ
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ବର୍ଷା ଓ ପ୍ରତିକୂଳ ପାଗ ସତ୍ୱେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ବାର୍ଷିକ ଗଜଲକ୍ଷ୍ମୀ ପୂଜା ମଂଚରେ ଆଜି ବୈତରଣୀ ମହୋତ୍ସବ ଉଦଘାଟିତ ହୋଇଯାଇଛି।ରାଜ୍ୟ ମହୋତ୍ସ୍ୱ କମିଟି ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଆୟ
MALADA RE BAITARANI MOHASTAV


ଭଦ୍ରକ, ୭ ଅକ୍ଟୋବର (ହି.ସ.) - ବର୍ଷା ଓ ପ୍ରତିକୂଳ ପାଗ ସତ୍ୱେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ବାର୍ଷିକ ଗଜଲକ୍ଷ୍ମୀ ପୂଜା ମଂଚରେ ଆଜି ବୈତରଣୀ ମହୋତ୍ସବ ଉଦଘାଟିତ ହୋଇଯାଇଛି।ରାଜ୍ୟ ମହୋତ୍ସ୍ୱ କମିଟି ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରି ଏହା ଧର୍ମ ସସ୍କୃତିର ମିଳନ ବୋଲି କହିଥିଲେ। ସଂପ୍ରତି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସମସ୍ତେ ଗତି କରୁଥିବା ବେଳେ ନିରନ୍ତର ସଂଘର୍ଷ କଲେ ସଫଳତା ମିଳିବ ବୋଲି ଏହି ଅବସରରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଅଧ୍ୟାପକ ଅଶୋକ ପଣ୍ଡା, କବିୟତ୍ରୀ ମମତା ବଳ, ସାମ୍ବାଦିକ ପ୍ରଦୀପ ବଳ, ବରିଷ୍ଠ ନାଗରିକ ନୃସିଂହ ଚରଣ ଖିଲାର, ଯୁବନେତା ପ୍ରତ୍ୟୁଷ ସାମଲ, ଭାଗିରଥି ପରିଡା ପ୍ରମୁଖ ଯୋଗଦେଇ ଗଜଲକ୍ଷ୍ମୀ ପୂଜା ଓ ମହୋତ୍ସବ ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। କମିଟି ପକ୍ଷରୁ ଚିତ୍ରଶିଳ୍ପୀ କ୍ଷୀରୋଦ ଦାସ, କଣ୍ଠଶିଳ୍ପୀ ଭାସ୍କର ଦାସ, ଡାକ୍ତରୀ ଛାତ୍ରି ସୁନିତା ରାଜେଶ୍ୱରୀ ପଣ୍ଡା, ଶିକ୍ଷକ ମନୋଜ ସାମଲ, ବ୍ୟବସାୟୀ ନିରଞ୍ଜନ ବେହୁରିଆ, ଯୁବ ସଂଗଠକ ଶିବା ନାୟକଙ୍କୁ ମୁଖ୍ୟ ଅତିଥି ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଣିକ ସଂଘ ସଭାପତି ଚନ୍ଦ୍ରଶେଖର ମହାନ୍ତି ମଂଚ ଆହ୍ୱାନ କରିଥିବା ବେଳେ ସମ୍ପାଦକ ତଥା ଖବରଦାତା ରାଜେନ୍ଦ୍ର ଶତପଥି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମକୁ ବ୍ୟବସାୟୀ ଧୀରେନ୍ଦ୍ର ନାୟକ, ଦେବାଶିଷ ପଣ୍ଡା, କମଳାକାନ୍ତ ସାମଲ, ନିରାକାର ବେହୁରିଆ ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande