ଗ୍ରାମ୍ୟ ରାସ୍ତା ଶୋଚନୀୟ : ଯିବା ଆସିବାରେ ବାଧା
ଘଟଗାଁ, ୭ ଅକ୍ଟୋବର (ହିସ ) - ସ୍ଥାନୀୟ ବ୍ଲକ - ତରାଗ୍ରାମପଂଚାୟତ ଅଧିନସ୍ଥ ମନତାଏବଂ ବେଢାପାଳ ଗ୍ରାମକୁ ପଂଚାୟତ ଠାରୁ ସଂଯୋଗ କରିଥିବା ୨ କିଲୋମିଟର ମାଟି ରାସ୍ତା ପୁନଃ ନିର୍ମାଣ କିମ୍ବା ମରା ମତି ବର୍ଷ ବର୍ଷଧରି ହେଉନଥିବାରୁ ଅତି ଶୋଚନୀୟ ହୋଇ ପଡିଛି । ଫଳରେ ଦୁଇ ଗ୍ରାମର ଅଧିବାସୀ ଓ ଉକ୍ତ ରାସ୍ତ
ଗ୍ରାମ୍ୟ ରାସ୍ତା ଶୋଚନୀୟ : ଯିବା ଆସିବାରେ ବାଧା


ଘଟଗାଁ, ୭ ଅକ୍ଟୋବର (ହିସ ) - ସ୍ଥାନୀୟ ବ୍ଲକ - ତରାଗ୍ରାମପଂଚାୟତ ଅଧିନସ୍ଥ ମନତାଏବଂ ବେଢାପାଳ ଗ୍ରାମକୁ ପଂଚାୟତ ଠାରୁ ସଂଯୋଗ କରିଥିବା ୨ କିଲୋମିଟର ମାଟି ରାସ୍ତା ପୁନଃ ନିର୍ମାଣ କିମ୍ବା ମରା ମତି ବର୍ଷ ବର୍ଷଧରି ହେଉନଥିବାରୁ ଅତି ଶୋଚନୀୟ ହୋଇ ପଡିଛି । ଫଳରେ ଦୁଇ ଗ୍ରାମର ଅଧିବାସୀ ଓ ଉକ୍ତ ରାସ୍ତାରେ ନିର୍ଭର କୁରୁଥିବା ଲୋକ ଓ ଜାନ ବାହାନଯିବା ଆସିବାରେ ବାଧା ସୃଷ୍ଟି ହୋଇଛି । ରାସ୍ତାଟି ଏପରି ଖାଲ ଖମାରେ ପୂର୍ଣ୍ଣ ହୋଇଛି ଯେ ଖରା ଦିନରେ ଯିବା ଆସିବାରେ ବାଧକ ସାଜି ଥାଏ । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande