ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ନୂଆପ଼଼ଡା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଖୁବଶୀଘ୍ର ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରା ଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ପ୍ରାର୍ଥୀ ଘୋଷଣା କରିବେ। ବିଜେଡି ନିଶ୍ଚିତ ଭାବେ ନୂଆପଡାରେ ବିଜୟ ଲାଭ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ଯିଏ ହେବ ସେ ଜିତିବ।
ସେ କହିଛନ୍ତି ଯେ, ଏହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ୪୦ ରୁ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ