ତୁଳସୀ କ୍ଷେତ୍ରରେ ରାଇ ଦାମୋଦର ନୀତି ଆରମ୍ଭ
କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - କାର୍ତିକ ମାସ ଏକ ପବିତ୍ର ଏବଂ ଧର୍ମ ମାସ ହୋଇଥିବାରୁ ସହ ସହ ସଂଖ୍ୟା ରେ ଭକ୍ତ ହବିଶୀ ଆଳି କାର୍ତିକ ବ୍ରତ ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସଙ୍ଗେ ତୁଳସୀ ଚଉଁରା ନିକଟରେ ବ୍ରତ ଆରମ୍ଭ ପୂର୍ବକ ରାଈ ଦାମ ଦର ପୂଜା ହବିଷ ନୀତି ସନ୍ଧ୍ୟା ରେ ଆକାଶ ଦୀପ
ତୁଳସୀ କ୍ଷେତ୍ରରେ ରାଇ ଦାମୋଦର ନୀତି ଆରମ୍ଭ


କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - କାର୍ତିକ ମାସ ଏକ ପବିତ୍ର ଏବଂ ଧର୍ମ ମାସ ହୋଇଥିବାରୁ ସହ ସହ ସଂଖ୍ୟା ରେ ଭକ୍ତ ହବିଶୀ ଆଳି କାର୍ତିକ ବ୍ରତ ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସଙ୍ଗେ ତୁଳସୀ ଚଉଁରା ନିକଟରେ ବ୍ରତ ଆରମ୍ଭ ପୂର୍ବକ ରାଈ ଦାମ ଦର ପୂଜା ହବିଷ ନୀତି ସନ୍ଧ୍ୟା ରେ ଆକାଶ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହା ସହ ମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳନ କରାଯାଇଛି । ସକାଳ ଧୂପରେ ପୂଜାପଣ୍ଡା ମାନେ ଧୂପ ନୀତି ସମ୍ପନ୍ନ କରିବା ସଙ୍ଗେ ସ୍ୱତନ୍ତ୍ର ଦାମ ଦର ଧୂପ ପ୍ରଭୁଙ୍କୁ ଅର୍ପଣ କରିଥାନ୍ତି । ଏହି ଭୋଗରେ ବ୍ୟବହୃତ ଉଖୁଡା ଖଇ ନଡ଼ିଆ ଧୁଆ ମୁଗ ଚୁଡ଼ା କଦଳୀ ଘିଅ ଗୁଡ ନବା ଦହି ମାଟି ସରା ରେ ବଡ଼ ସାଇତି ସେବକ ଙ୍କ ପରସା ଯାଇ ଚ୍ଛାମୁକୁ ଯାଇ ଭୋଗ ହୋଇଥାଏ । ଭୋଗ ସମ୍ପନ୍ନ ପରେ କର୍ପୁର ମୋଟା ଆଳତି ହୋଇଥାଏ ଏହି ନୀତି କାର୍ତିକ କୃଷ୍ଣ ପ୍ରତିପଦ ରୁ କାର୍ତିକ ପୂର୍ଣ୍ଣିମା ଏକ ମାସ ଧରି ଚାଲିବ ବୋଲି ସେବାୟତ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande