ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ଭରସାଯୋଗ୍ୟ ବିଦ୍ୟୁତ ସେବା
ଜୟପୁର, ୭ ଅକ୍ଟୋବର (ହି.ସ.)- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଜୟପୁର ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ନୂତନ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧.୨୫ଏମଭିଏର ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ହୋଇଛି। ଯାହା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ଭରସାଯୋଗ୍ୟ ବିଦ୍ୟୁତ ସେବା


ଜୟପୁର, ୭ ଅକ୍ଟୋବର (ହି.ସ.)- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଜୟପୁର ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ନୂତନ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧.୨୫ଏମଭିଏର ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ହୋଇଛି। ଯାହା ଗତବର୍ଷ ସ୍ଥାପନ ହୋଇଥିବା ୧୨୫୦ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମର ସହିତ ଚିକିତ୍ସାଳୟରେ ଭରସାଯୋଗ୍ୟ ବିଦ୍ୟୁତ ସେବାକୁ ଦ୍ୱିଗୁଣିତ କରିଛି।

ଟିପିଏସ୍ଓଡିଏଲ୍ ତରଫରୁ ବିଦ୍ୟୁତ ସେବା କ୍ଷେତ୍ରରେ ହୋଇଥିବା ଏହି ଉନ୍ନତିକରଣ ଯୋଗୁଁ ହସ୍ପିଟାଲର ଆବଶ୍ୟକୀୟ ବିଦ୍ୟୁତ ଚାହିଦା ପୂରଣ ହୋଇ ପାରିଛି। ଅଧିକ ରୋଗୀଙ୍କ ଆଗମନ ଓ ନୂତନ ଚିକିତ୍ସା ସେବା ସହିତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଚିକିତ୍ସାଳୟ ପାଇଁ ଅତ୍ୟନ୍ତ ଜରୁରୀ। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟ ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ତଥା ପାହାଡ଼ିଆ ଅଞ୍ଚଳର ବହୁ ଜନସାଧାରଣଙ୍କୁ ସେବା ଯୋଗାଇଥାଏ।

ନୂତନ ଭାବେ ସ୍ଥାପନ ହୋଇଥିବା ବିଦ୍ୟୁତ ସେବା ବ୍ୟବସ୍ଥାରେ ଟ୍ରାନ୍ସଫର୍ମର ସହିତ ଏହାର ନିୟନ୍ତ୍ରଣ ଓ ମନିଟରିଂ ପାଇଁ ବ୍ୟବସ୍ଥା ରହିଛି। ଯାହା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସମୟରେ ଯେଭଳି ବିଦ୍ୟୁତ ସେବା ବିଚ୍ଛିନ୍ନ ନ ହେବ ତଥା ଟ୍ରିପ୍ ନ ହେବ ସୁନିଶ୍ଚିତ ହୋଇଛି। ଏହି ଅତିରିକ୍ତ କ୍ଷମତା ଯୋଗୁଁ ଚିକିତ୍ସାଳୟରେ ଭୋଲ୍ଟେଜରେ ମଧ୍ୟ ସ୍ଥିରତା ଅଣାଯାଇ ପାରିଛି। ଏଥିସହିତ ବିଦ୍ୟୁତ ସେବା ଯେପରି ବିଚ୍ଛିନ୍ନ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି: “ଜୟପୁର ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିବା ଆମର ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକ ପ୍ରତି ଥିବା ସମର୍ଥନ ତଥା ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ରୋଗୀଙ୍କ ଚିକିତ୍ସାରେ ଯେପରି କୌଣସି ବାଧା ନ ଆସିବ ଏବଂ ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଧ୍ୟାନ ଦେଇଛି ଟିପିଏସ୍ଓଡିଏଲ୍।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଦ୍ୟାନେଶ୍ୱର ରାମଚନ୍ଦ୍ର ଧର୍ମାଧିକାରୀ (ଚିଫ୍ ଟେକ୍ନିକାଲ ସର୍ଭିସେସ୍), ଜୟପୁର ସର୍କଲ ମୁଖ୍ୟ ମନ୍ମଥନାଥ ମିଶ୍ର, ଜୟପୁର ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ଏବଂ ବିଭିନ୍ନ ସେକ୍ସନର ମୁଖ୍ୟ ଓ ଡିଏଚ୍ଏଚ୍ ଜୟପୁରର ମ୍ୟାନେଜର ଉପସ୍ଥିତ ଥିଲେ।

ଟିପିଏସ୍ଓଡିଏଲର ଏହି ଉଦ୍ୟମ ଦକ୍ଷିଣ ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ ବିଶେଷ ଭାବରେ ସହାୟକ ହେବ। ଯାହା ଚିକିତ୍ସାଳୟଗୁଡ଼ିକୁ ଜରୁରୀ ସ୍ଥିତି, ବର୍ଦ୍ଧିତ ରୋଗୀ ସଂଖ୍ୟା ଏବଂ ଉନ୍ନତ ଚିକିତ୍ସା ଆବଶ୍ୟକତା ପାଇଁ ଅଧିକ ପ୍ରସ୍ତୁତ କରୁଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande