ସୁନ୍ଦରଗଡ଼, ୭ ଅକ୍ଟୋବର (ହି.ସ.) - ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ତୀର୍ଥ ଯାତ୍ରୀ ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ୱଲପୁରରୁ ଆସନ୍ତା କାଲି ଏକ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ଅଯୋଧ୍ୟା ଏବଂ ବାରାଣାସୀ କୁ ଯାତ୍ରା କରିବେ।
ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ପରିସର ଠାରେ ବିଭିନ୍ନ ବ୍ଲକରୁ ଆସିଥିବା ତୀର୍ଥ ଯାତ୍ରୀ ମାନଙ୍କର ବସକୁ ଉପ - ବାଚସ୍ପତି , ଓଡ଼ିଶା ବିଧାନସଭା, ଭବାନୀ ଶଙ୍କର ଭୋଇ , ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ତନୟା ମିଶ୍ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ ୧୭୭ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରକାଶ ଥାଉ କି ଏହି ତୀର୍ଥ ଯାତ୍ରାରେ ଉତରାଂଚଳ ରାଜସ୍ୱ ଡିଭିଜନର ୭ ଗୋଟି ଜିଲ୍ଲାର ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି। ଆସନ୍ତା କାଲି ଯାତ୍ରା ଆରମ୍ଭ କରି ଅଯୋଧ୍ୟା ଓ ବାରାଣାସୀ ର ବିଭିନ୍ନ ଅଂଚଳ ଦର୍ଶନ କରି ଚଳିତ ଅକ୍ଟୋବର ୧୩ ତାରିଖ ତୀର୍ଥଯାତ୍ରୀ ମାନଙ୍କ ଫେରିବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ