ସ୍ୱାଧୀନତା ସଂଗ୍ରାମୀ ଡ଼. ପ୍ରଭାବତୀ ଦେବୀଙ୍କ ୧୧୫ ତମ ଜନ୍ମଜୟନ୍ତୀ ପାଳିତ

ସମ୍ବଲପୁର, ୦୭ ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଛଚାନପାଲି ସ୍ଥିତ ରୁକ୍ମିଣୀ ଲାଠ ବାଳନିକେତନ ପରିସରର ଆଜି ଏକ ଆଧ୍ୟାତ୍ମିକ ଓ ପ୍ରେରଣା ଦାୟକ ପରିବେଶ ସୃଷ୍ଟି ହୋଇଥିଲା । 'ସମର୍ପଣ' ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ଼. ପ୍ରଭାବତୀ ଦେବୀଙ୍କ ୧୧୫ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଭାବତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ପରେପରେ ଆଶ୍ରମ ପରିସରରେ ଅତିଥିଗଣ ଓ ଅନ୍ତେବାସୀଙ୍କ ଦ୍ବାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଦର ଉପ-ଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳୀ ପଣ୍ଡା, ଧମା ରେଞ୍ଜର ପ୍ରଶାନ୍ତ ସାହୁ, ବରିଷ୍ଠ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ସଦସ୍ୟ ଯଦୁମଣି କୁମ୍ଭାର, ବରଗାଁ ସରପଞ୍ଚ ପ୍ରଭାସିନୀ ହୋତା, ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତାପ ରଞ୍ଜନ ସାହୁ, ମନୋରମା ସାହୁ, ଚିତ୍ତ ରଞ୍ଜନ ବାଘ, ବାଳ ନିକେତନର ପୂର୍ବତନ ଅନ୍ତେବାସୀ ଜଗବନ୍ଧୁ ବଢ଼େଇ, କଳିଙ୍ଗ କୁମ୍ଭାର, ସଂଜୀବ ଧରୁଆ, ରଞ୍ଜିତ ଦନ୍ତା, ସୁଶାନ୍ତ ବିଶ୍ଵାଳ ଆଶ୍ରମ ପରିଚାଳକ ହେମନ୍ତ ପଧାନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମର ଉଦ୍ୟୋକ୍ତା ତଥା ସମର୍ପଣ ଅନୁଷ୍ଠାନର ମୁଖ୍ୟ ଦୀପକ ବିଶ୍ଵାଳ ଓ ଯୁବ ସମାଜସେବୀ ହେମସାଗର ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ । ଶେଷରେ ସମସ୍ତ ଅତିଥି ଓ ଅନ୍ତେବାସୀମାନେ ଗଣପ୍ରସାଦ ସେବନ କରିବା ପରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande