ସ୍ବେତାମ୍ବର ତେରାପନ୍ଥ ସଭା ପକ୍ଷରୁ ବୃହତ ଶ୍ରାବକ ଶ୍ରାବୀକା ସମ୍ମେଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହର ଅନ୍ତର୍ଗତ ପିପଳପଦର ସ୍ଥିତ ଶୁଭମଙ୍ଗଳ ପେଲେସ ଠାରେ ଓଡିଶା ପ୍ରାନ୍ତୀୟ ଜୈନ ସ୍ବେତାମ୍ବର ତେରାପନ୍ଥ ସଭା ପକ୍ଷରୁ ବୃହତ ଶ୍ରାବକ ଶ୍ରାବୀକା ସମ୍ମେଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୈନ ସ୍ବେତାମ୍ବର ତେରାପନ୍ଥ ଧର୍ମର ଆଚାର୍ଯ
ସ୍ବେତାମ୍ବର ତେରାପନ୍ଥ ସଭା ପକ୍ଷରୁ ବୃହତ ଶ୍ରାବକ ଶ୍ରାବୀକା ସମ୍ମେଳନ କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହର ଅନ୍ତର୍ଗତ ପିପଳପଦର ସ୍ଥିତ ଶୁଭମଙ୍ଗଳ ପେଲେସ ଠାରେ ଓଡିଶା ପ୍ରାନ୍ତୀୟ ଜୈନ ସ୍ବେତାମ୍ବର ତେରାପନ୍ଥ ସଭା ପକ୍ଷରୁ ବୃହତ ଶ୍ରାବକ ଶ୍ରାବୀକା ସମ୍ମେଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୈନ ସ୍ବେତାମ୍ବର ତେରାପନ୍ଥ ଧର୍ମର ଆଚାର୍ଯ୍ଯ ମହାଶ୍ରମଣଜୀଙ୍କ ଶିଷ୍ୟା ଶ୍ରବଣୀ ନିର୍ଦ୍ଦେଶିକା ଡା. ନିର୍ବାଣ ପ୍ରଜ୍ଞାଜୀ ଓ ଶ୍ରବଣୀ ମଧ୍ୟସ୍ଥ ପ୍ରଜ୍ଞାଜୀଙ୍କ ସାନ୍ନିଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମେ ଜୈନ ଧର୍ମର ମହାମନ୍ତ୍ର ପଠନ କରି ଓଡିଶା ପ୍ରାନ୍ତୀୟ ଜୈନ ସ୍ବେତାମ୍ବର ତେରାପନ୍ଥ ସଭାର ଅଧ୍ୟକ୍ଷ ଇଂଜିନିୟର ମନୋଜ କୁମାର ଜୈନ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ହମାରା ସଂଘ, ହମାରା ଦାୟିତ୍ବ ବିଷୟରେ ଆଲୋଚନା କରାଯାଇଥିଲା। ଶ୍ରାବକ ଜୀବନରେ ଆଚାର, ବିଚାର, ଅନୁଶାସନ, ସଂୟମ ଓ ଧର୍ମର ପ୍ରେରଣା ଜାଗୃତ ହେବା ହେବା ଉଚିତ ବୋଲି ଶ୍ରବଣୀ ନିଦ୍ଦେର୍ଶିକା ଡା. ନିର୍ବାଣ ପ୍ରଜ୍ଞାଜୀ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ମମତା ଜୈନ ଯୋଗଦେଇ ଥିବା ବେଳେ ସାହିତ୍ୟକାର ତୁଳସୀ ରାମ ଜୈନ, ମହାସଭାର ଆଞ୍ଚଳିକ ପ୍ରଭାରୀ ଛତ୍ରପାଳ ଜୈନ, ମହାସଭାର ଆଞ୍ଚଳିକ ସହପ୍ରଭାରୀ କେଶବ ନାରାୟଣ ଜୈନ, ଓଡିଶା ପ୍ରାନ୍ତୀୟ ଜୈନ ସ୍ବେତାମ୍ବର ତେରାପନ୍ଥ ସଭାର ପୂର୍ବତନ ଅଧ୍ୟକ୍ଷ ମୁକେଶ କୁମାର ଜୈନ, ମହାସଭା ଟ୍ରଷ୍ଟର ସଦସ୍ଯ ଜୟଭଗବାନ ଜୈନ, ଓଡିଶା ପ୍ରାନ୍ତୀୟ ଜୈନ ସ୍ବେତାମ୍ବର ତେରାପନ୍ଥ ସଭାର ମହାମନ୍ତ୍ରୀ ସୁଦର୍ଶନ ଜୈନ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ। ଟିଟିଲାଗଡ ତେରାପନ୍ଥ ସଭାର ଅଧ୍ୟକ୍ଷ ଗୌତମ ଜୈନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି, ୮୫ ପ୍ରତିଶତ ମାର୍କ ରଖିଥିବା ପରୀକ୍ଷାର୍ଥୀ ଓ ପ୍ରତିଯୋଗିତାମାନଙ୍କୁ ସଫଳ କୃତୀ ଶିଶୁ, ଯୁବକ ଯୁବତୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାସଭାର ଆଞ୍ଚଳିକ ସହପ୍ରଭାରୀ ଭୂପେନ୍ଦ୍ର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande