କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - କେନ୍ଦ୍ରାପଡ଼ାର ଅଗ୍ରଣୀ ଥିଏଟର ନାଟ୍ୟନୁଷ୍ଠାନ ତୁଳସୀ କଲଚରାଲ ଆସୋସିଏସନ ତରଫରୁ ବରିଷ୍ଠ ମଂଚ ଅଭିନେତା,ସୁସଂଗଠକ ଓ ଦନ୍ତ ଚିକିତ୍ସକ ଗଙ୍ଗାଧର ପାତ୍ରଙ୍କ ମୃତ୍ୟୁ ଉଦେଶ୍ୟରେ ଏକ ମିଳିତ ସ୍ମୃତିସଭା ସ୍ଥାନୀୟ ଗଣକ୍ଷମାହାଲସ୍ଥିତ ଡେଷ୍ଟିନେସନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ସୁଧାଂଶୁ ଶେଖର ପଣ୍ଡା, ନିରଞ୍ଜନ ଦାସ,ପ୍ରଦୀପ ନାୟକ, ସମ୍ପାଦକ କୈଳାସ ମହାନ୍ତିଙ୍କ ମିଳିତ ପରିକଳ୍ପନା ଓ ସଦସ୍ୟ, କବି ଅଶୋକ କୁମାର ସାହୁଙ୍କ ମଂଚ ସଂଚାଳନ ଏହି ଆୟୋଜିତ ସଭାରେ ବରିଷ୍ଠ ନାଟ୍ୟ ନିର୍ଦେଶକ ଦିଲ୍ଲୀପ କୁମାର ସାହୁ, ସାହିତ୍ୟିକ ଶୁଭାଂଶୁ ଦାସ, ଚିତ୍ରଶିଳ୍ପୀ ରତ୍ନାକର ସାହୁ,ଯାତ୍ରା ନିର୍ଦେଶକ ଚିତ ଦାସ, ଯୁବ ରାଜନେତା ସୟଦ ଅବଦୁଲ ସତାର, ଆଇନଜୀବୀ ହାଡିବନ୍ଧୁ ସିଂହ, କବୟିତ୍ରୀ ବିଷ୍ଣୁପ୍ରିୟା ସାମଲ, ଗୀତାଞ୍ଜଳି ସାହୁ,ବରିଷ୍ଠ ଅଭିନେତା ପ୍ରଭାତ ସିଂ ସମେତ ଐଶ୍ୱର୍ଯ୍ୟ ରଞ୍ଜନଜେନା, କୈଳାଶ ସେନାପତି, ଇତିଶ୍ରୀ ଦାସ, ଅକ୍ଷୟ ସେନାପତି, ନିରଞ୍ଜନ ଦାସ, ବିକ୍ରମ ସାମଲ, ସାମ୍ବାଦିକ ଶାନ୍ତନୁ ମଲିକ,ମହେନ୍ଦ୍ର ସୁଆର, ଗଗନ ରାଉତ, ପ୍ରଭାକର ସାହୁ, ଉମାକାନ୍ତ ଜେନା, ରାଜୁ ପତ୍ରୀ, ସଂଯୁକ୍ତା ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ଜୀବନ ସମ୍ପର୍କିତ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ. ସର୍ବଶେଷରେ ସ୍ୱର୍ଗତ ପାତ୍ରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟମାନେ ଯୋଗଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା. ଶେଷରେ ସଦସ୍ୟ ଅଜୟ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି