କୋରେଇ, ୭ ଅକ୍ଟୋବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ଅମୃତିଆ ପଂଚାୟତ ଅମୃତିଆ ମଠ ପଡିଆ ଠାରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରିଣୀ ଓ କର୍ମକର୍ତା ଚୟନ ବୈଠକ ନିରଂଜନ ନାୟକଙ୍କ ସଭାପତିିିତ୍ୱରେ ଅନୁଷ୍ଠିତ ହୋଇଛି । ଅମୃତିଆ ପଂଚାୟତ କର୍ମକର୍ତା ଚୟନ କରାଯାଇ ସଭାପତି ଭାବେ ମାନସ ଦାସ, ସମ୍ପାଦକ ଭାବେ ରବିନ୍ଦ୍ର ସେନାପତି, ଉପସଭାପତି ଭାବେ ବିଷ୍ଣୁ ଚରଣ ଦାସ ଓ ଯୁବ ଯାଦବ ସଭାପତି ଭାବେ ପ୍ରଶାନ୍ତ ଦାସ, ଯୁବ ସମ୍ପାଦକ ଭାବେ ମାଧବ ପରିଡା ଓ ଉପଦେଷ୍ଟା ମଣ୍ଡଳୀରେ ବାବନ ପରିଡା, ବନ ବିହାରୀ ଦାସ, ଭାଗବତ ଦାସ, ବେଣୁଧର ସେନାପତିଙ୍କୁ ଚୟନ କରାଯାଇଥିଲା । ଉକ୍ତ ସଭାରେ ସମ୍ମାନୀୟ ଅତିଥିଭାବେ ଯାଜପୁର ଜିଲ୍ଲା ସଭାପତି ଗଣେଶ୍ୱର ଦାସ ଓ କୋରେଇ ବ୍ଲକ ସମ୍ପାଦକ ବିପିନ ବାରିକ ପ୍ରମୁଖ ଉଦବୋଧନ ଦେଇଥିଲେ । ଶେଷରେ ରଂଜନ କୁାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ