ଲାଂଚୁଆ ଗିରଫ ସହକାରୀ ଯନ୍ତ୍ରୀ ଗଲେ ଜେଲ
ଜୟପୁର, ୭ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ଅପରାହ୍ନରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସହକାରୀ ଯନ୍ତ୍ରୀ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ୨୦ ହଜାର ଟଙ୍କା ଲାଂଚ ନେଉଥିବା ଅଭିଯୋଗରେ ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକ
ଲାଞ୍ଚୁଆ ଗିରଫ ସହକାରୀ ଯନ୍ତ୍ରୀ ଗଲେ ଜେଲ


ଜୟପୁର, ୭ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ଅପରାହ୍ନରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସହକାରୀ ଯନ୍ତ୍ରୀ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ୨୦ ହଜାର ଟଙ୍କା ଲାଂଚ ନେଉଥିବା ଅଭିଯୋଗରେ ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକଙ୍କୁ ଗିରଫ କରାଯାଇଛି । ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଏସ.ପି କାର୍ଯ୍ୟାଳୟରେ ରଖାଯାଇ ପଚରାଉଚରା ପରେ ଆଜି ସଂଧ୍ୟାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟର ହାଜର କରାଯାଇଥିଲା । ଏହିପରି ତାଙ୍କ ଆଇନଜୀବିଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା । ଏହି ଜାମିନ ଶୁଣାଣି ଆସନ୍ତା ୧୮ ତାରିଖରେ ଧାର୍ଯ୍ୟ କରାଯାଇଛି । ଏହିପରି ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ଶ୍ରୀ ନାୟକଙ୍କୁ ବିଚାର ବିଭାଗିୟ ସ୍ଥାନୀୟ ସ୍ୱତନ୍ତ୍ର ଜେଲ ହାଜତକୁ ପଠାଯାଇଛି । ପ୍ରକାଶ ଯେ, କୁନ୍ଦୁରା ବ୍ଲକ ଏକ ମନେରେଗା ଯୋଜନାର କାର୍ଯ୍ୟର ବକେୟା ବିଲ ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନ ନେଉଥିବା ବେଳେ ପୂର୍ବରୁ ଅଭିଯୋଗ କ୍ରମେ ଭିଜିଲାନ୍ସ ଦଳ ଚଢଉ କରିବା ସହ ଅଭିଯୁକ୍ତଙ୍କ ଗିରଫ କରିବା ସହ ତାଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରିଥିଲେ । ଏହିପରି ହାତ ପାଣିରେ ଧୋଇବା ବେଳେ ଟଙ୍କାରେ ଲେପନ ହୋଇଥିବା ରସାୟନିକ ପଦାର୍ଥ ଯୋଗୁଁ ତାଙ୍କ ହାତ ଲାଲ ହୋଇଯାଇଥିଲା । ଅଭିଯୁକ୍ତ ସ୍ଥାନୀୟ ଜଣେ ଠିକାଦାର ପ୍ରଫୁଲ୍ଲ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା ମନେରଗା ଯୋଜନା କାର୍ଯ୍ୟ ନିର୍ମାଣ କରିଥିଲେ । ବକେୟା ରହିଥିବା ବିଲ ୩ ଲକ୍ଷ ୧୭ ହଜାର ଟଙ୍କା ବିଲ ବାବଦରୁ ୭୫ ହଜାର ଟଙ୍କା ଲାଂଚ ମାଗିଥିଲେ। ପୂର୍ବରୁ ୨୦ ହଜାର ଅଗ୍ରିମ ଭାବେ ଅଭିଯୁକ୍ତ ୨୦ ହଜାର ଟଙ୍କା ଲାଂଚ ନେଇଥିବା ବେଳେ ବକୟା ମଧ୍ୟରୁ ଗତକାଲି ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ବସିଥିଲା । ଏହି ମାମଲାରେ ସ୍ଥାନୀୟ ଜିଆରଏସଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଆଣି ପଚରା ଉଚରା ପରେ ତାଙ୍କ ବିରୋଧରେ କୌଣସି ସୂରାକ ନ ମିଳିବାରୁ ଛାଡି ଦେଇଥିଲେ । ଭିଜିଲାନ୍ସ ଏସ.ପି ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଡିଏସପି ସଦାନନ୍ଦ ପାଣି, ଅଭୟ ପ୍ରଦାନ, ଇନସପେକ୍ଟର ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଦଳ ଏହି ଚଢଉରେ ସାମିଲ ରହିଥିଲେ । ଏହିପରି ଅଭିଯୁକ୍ତ ସହକାରୀ ଯନ୍ତ୍ରୀଙ୍କ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲା ଗୃହରେ ଉପରେ ଚଢଉ କରାଯାଇ ଯାଂଚ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande