ଶୁଣିଲେନି ପଞ୍ଚାୟତ ଓ ବ୍ଲକ ଅଧୂକାରୀ ଗାଁ ଦାଣ୍ଡ ସଫାକଲେ ମହିଳା
କେନ୍ଦୁଝର, 7 ଅକ୍ଟୋବର (ହି.ସ.) ଏବେ ବର୍ଷାର ପ୍ରକୋପ ସାମାନ୍ୟ କମିଥୂବା ବେଳେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ନର୍ଦ୍ଦମାମୟ ପରିବେଶ ସୃଷ୍ଟି କରିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ମ୍ୟାଲେରିଆ, ଫାଇଲେରିଆ ପରି ରୋଗର ଭୟ ଲାଗି ରହିଥ‌ିବା ବେଳେ ସରକାର ଗାଁ ଗାଁ ଓ ସାହିର ପରିବେଶକୁ ସଫା
ଶୁଣିଲେନି ପଞ୍ଚାୟତ ଓ ବ୍ଲକ ଅଧୂକାରୀ ଗାଁ ଦାଣ୍ଡ ସଫାକଲେ ମହିଳା


କେନ୍ଦୁଝର, 7 ଅକ୍ଟୋବର (ହି.ସ.) ଏବେ ବର୍ଷାର ପ୍ରକୋପ ସାମାନ୍ୟ କମିଥୂବା ବେଳେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ନର୍ଦ୍ଦମାମୟ ପରିବେଶ ସୃଷ୍ଟି କରିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ମ୍ୟାଲେରିଆ, ଫାଇଲେରିଆ ପରି ରୋଗର ଭୟ ଲାଗି ରହିଥ‌ିବା ବେଳେ ସରକାର ଗାଁ ଗାଁ ଓ ସାହିର ପରିବେଶକୁ ସଫା ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ଚାଲିଥିବା ସ୍ବଚ୍ଛତା ପକ୍ଷ ପାଳନ ଓ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଗାଁ ରୁ ସହର ପର୍ଯ୍ୟନ୍ତ ପରିବେଶକୁ ସ୍ବଚ୍ଛ ରଖୁବା ପାଇଁ ପ୍ରତି ପଞ୍ଚାୟତ ରେ ଲ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କେବଳ କାଗଜ କଲମରେ ସୀମିତ ରହୁଛି।

ସ୍ବଚ୍ଛତା କେବଳ ୱାକାଥନ, ସାଇକେଲ ରାଲି ଓ ସଚେତନ ରଥ ବୁଲାଇ ସରକାରୀ ୱେବସାଇଟରେ ରଟରେ ଫୋଟୋ ଛାଡି ରିପୋର୍ଟ ଭିତରେ ସୀମିତ ରହୁଛି । ବିଭିନ୍ନ ଗାଁ ଗହଳିର ଲୋକ କିନ୍ତୁ ଆଜିବି ଅ ଅଳିଆ ଆବର୍ଜନା ମଧ୍ଯରେ ନିଜର ପରିବେଶକୁ ଆଦରିବାକୁ ବାଧ୍ଯ । ହେଉଛନ୍ତି। ଏ ଏହାର ନିଚ୍ଛକ ଉଦାହରଣ ଦେଖୁବାକୁ ମି ମିଳିଛି ରାଇସୁଆଁ ପଞ୍ଚାୟତ ର ସାହୁ ସାହିରେ। ରାଇସୁଅ ସୁଆଁ ପଞ୍ଚାୟତ ର ସାହୁ ସାହି ଆଜି ପର୍ଯ୍ୟନ୍ତ ଅବହେଳିତ ତ ଅବସ୍ଥାରେ ଥୂବା ବେଳେ ଏହି ସାହିକୁ ଭଲ ରାସ୍ତା ନାହିଁ। ସାହିରେ ଥୂବା ସୋଲାର ପମ୍ପରୁ ପିଇବା ପାଣି ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଥାନ୍ତି। ଯାହାଦ୍ବାରା ଡ୍ରେନ୍ ସବୁ ଜାମ୍ ହୋଇ ରାସ୍ତା ଉପରେ ପାଣି ଚାଲୁଥିବାରୁ (ରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଛି । ରାସ୍ତା କଡରେ ପାଣି ଜମା ହୋଇ ରହୁଥ‌ିବାରୁ ମଶାଙ୍କ ବଂଶ ବିସ୍ତାର ପାଇଁ ଉତ୍କୃଷ୍ଟ ସ୍ଥାନ ପାଲଟିଛି। ଯାହାଫଳରେ ଲୋକମାନେ ବିଭିନ୍ନ ପ୍ରକାର ମଶାବାହିତ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ସାହିର ବାସିନ୍ଦା

ବାରମ୍ବାର ପଞ୍ଚାୟତ ଓ ବ୍ଲକ ଅଧୂକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ।ବାଧ୍ଯହୋଇ ଆଜି ରାଇସାଆଁ ପଞ୍ଚାୟତ ନାଏବ ସରପଞ୍ଚ ପ୍ରିୟମ୍ବଦା ସାହୁଙ୍କ ସହାୟତାରେ ଗ୍ରାମର ଇନ୍ଦୁମତୀ ସାହୁ, ॥ହୁ, ସୁଚିତ୍ରା ନାୟକ, ସୁନିତା ସାହୁ, ଅହଲ୍ୟା ସାହୁ, ଦମୟନ୍ତି ସାହୁ, ହୀରା ସାହୁ, କୁନ୍ତି ସାହୁ ପ୍ରମୁଖ ମହିଳା ମାନେ ଏକତ୍ରିତ ହୋଇ ଡ୍ରେନ ସଫା କରିବା ସହ ସୃଷ୍ଟି ହୋଇଥିବା ଜଙ୍ଗଲମୟ ବୁଦା ଲଟା ସବୁ ସଫା କରିଥିଲେ। ପ୍ରଶାସନର ଅପାରଗତା ବେଳେ ମହିଳାଙ୍କ ପ୍ରସଂଶନୀୟ ଉଦ୍ୟମକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande