ପରକ୍ରୀୟା ପ୍ରୀତିରୁ ହତ୍ୟା : ସ୍ତ୍ରୀ ଓ ପ୍ରେମିକ ମିଶି କରିଥିଲେ ହତ୍ୟା
କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- ସେପ୍ଟେମ୍ବର ୨୯ ତାରିଖ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତା କଡ଼ ବୁଦାରୁ ସନ୍ଦେହଜନକ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜଡ଼ିବିଲ ଗ୍ରାମର ବିରଞ୍ଚି ନାରା
ପରକ୍ରୀୟା ପ୍ରୀତିରୁ ହତ୍ୟା : ସ୍ତ୍ରୀ ଓ ପ୍ରେମିକ ମିଶି କରିଥିଲେ ହତ୍ୟା


କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- ସେପ୍ଟେମ୍ବର ୨୯ ତାରିଖ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତା କଡ଼ ବୁଦାରୁ ସନ୍ଦେହଜନକ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜଡ଼ିବିଲ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ (୪୦ )ଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଧାଫାଶ କରିଛନ୍ତି ପାଟଣା ପୋଲିସ। ପରକ୍ରୀୟା ପ୍ରୀତି ନିମନ୍ତେ ସ୍ତ୍ରୀ ଓ ପ୍ରେମିକ ମିଶି ବିରଞ୍ଚିଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିବା ପରେ ସ୍ତ୍ରୀ ବର୍ଷାରାଣୀ ଓ ପ୍ରେମିକ ପାଟଣା ଥାନା ଅନ୍ତର୍ଗତ କମାରମରା ଗ୍ରାମର ପୁରେନ୍ଦ୍ର ମାହାକୁଡ(୨୮)କୁ ଗିରଫ କରି ହତ୍ୟା ଘଟଣାର ପୁନଃ ଦୃଶ୍ୟାୟନ କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ବିରଞ୍ଚି ଓ ବର୍ଷା ରାଣୀ ଭୁବନେଶ୍ୱର ରେ ରହୁଥିବା ବେଳେ ବର୍ଷାରାଣୀ ଓ ପୁରେନ୍ଦ୍ର ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ଦୂର୍ଗାପୂଜା ଛୁଟିରେ ବର୍ଷା ରାଣୀ ଓ ବିରଞ୍ଚି ଭୁବନେଶ୍ୱରରୁ ୨୮ ତାରିଖ ରାତିରେ ଫେରୁଥିବା ବେଳେ ପ୍ରଥମେ କରଞ୍ଜିଆ ବସଷ୍ଟାଣ୍ଡ ରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ବିରଞ୍ଚି ନିଜ ଭଉଣୀ ଘର ପାଟଣା ଥାନା ଅନ୍ତର୍ଗତ ମାଟିଆଗୁନିକୁ ଯାଉଥିବା ବେଳେ ସାହାରପଡା କଲେଜ ନିକଟରେ ପୁନର୍ବାର ଝଗଡ଼ା ହେବାକୁ ଭୁବନେଶ୍ୱରରୁ ସାଙ୍ଗରେ ଆସିଥିବା ପ୍ରେମିକ ପୁରେନ୍ଦ୍ର ସହିତ ମିଶି ସ୍ତ୍ରୀ ବର୍ଷାରାଣୀ ସ୍ବାମୀ ବିରଞ୍ଚିର ତଣ୍ଟିଚିପି ହତ୍ୟା କରି ସେଇଠି ମୃତଦେହ ଫିଙ୍ଗି ଦେଇଥିବା ବର୍ଷା ରାଣୀ ଓ ପୁରେନ୍ଦ୍ର ସ୍ବୀକାର କରିଥିବା ବେଳେ ଦୁହିଁଙ୍କ ବିରୋଧ ପାଟଣା ଥାନା କେଶ୍ ନଂ ୨୪୫/୨୦୧୫ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) ହତ୍ୟା,୩(୫) ରେ ବର୍ଷା ରାଣୀ ଓ ପୁରେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଘଟଗାଁ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୃଷ୍ଣ ମହାପାତ୍ର ପାଟଣା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande