ନୂଆପଡା ଉପ ନିର୍ବାଚନ : ବିଜେପି ଦଳୀୟ ପ୍ରକ୍ରିୟାରେ ପ୍ରାର୍ଥୀ ଘୋଷଣା କରିବ - ବଳଭଦ୍ର ମାଝୀ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡା ଉପ ନିର୍ବାଚନ ପାଇଁ ବିଜେପି ଦଳୀୟ ପ୍ରକ୍ରିୟାରେ ପ୍ରାର୍ଥୀ ଘୋଷଣା କରିବ ବୋଲି ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି। ସେ କହିଛନ୍ତି କଂଗ୍ରେସ ଓ ବିଜେଡ଼ିର ନିଷ୍ପତି ସହ ବିଜେପିର କିଛି ଯାଏ ଆସ ନାହିଁ । ରାଜନୀତିରେ ଗଣିତ କେତେବେଳେ କଣ ହେବ କିଛି କହି
ନୂଆପଡା ଉପ ନିର୍ବାଚନ : ବିଜେପି ଦଳୀୟ ପ୍ରକ୍ରିୟାରେ ପ୍ରାର୍ଥୀ ଘୋଷଣା କରିବ - ବଳଭଦ୍ର ମାଝୀ


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡା ଉପ ନିର୍ବାଚନ ପାଇଁ ବିଜେପି ଦଳୀୟ ପ୍ରକ୍ରିୟାରେ ପ୍ରାର୍ଥୀ ଘୋଷଣା କରିବ ବୋଲି ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି। ସେ କହିଛନ୍ତି କଂଗ୍ରେସ ଓ ବିଜେଡ଼ିର ନିଷ୍ପତି ସହ ବିଜେପିର କିଛି ଯାଏ ଆସ ନାହିଁ । ରାଜନୀତିରେ ଗଣିତ କେତେବେଳେ କଣ ହେବ କିଛି କହି ହେବ ନାହିଁ । କଂଗ୍ରେସ ଯଦି ଭାବୁଛି ଗତ ଥର ସ୍ୱାଧୀନ ଓ ଦଳୀୟ ପ୍ରାର୍ଥୀଙ୍କ ଭୋଟ ମିଶାଇ ଜିତି ଯିବ, ସେମିତି ହୁଏ ନାହିଁ। ଏକ ଯୁକ୍ତ ଏକ ଶୂନ ମଧ୍ୟ ହୋଇ ଯାଇପାରେ । ତେଣୁ ଗତ ଥର ସ୍ୱାଧୀନ ପ୍ରାର୍ଥୀ କେଉଁ ପରିସ୍ଥିତିରେ ସେତିକି ଭୋଟ ପାଇଥିଲେ, ସେ ସମୀକରଣ ଏବେ ରହିବ ନାହିଁ । ବହୁତ କମିଯିବ । କଂଗ୍ରେସ ଭୋଟ ବି ବଢିବ ନାହିଁ । କାରଣ ଡବଲ ଇଞ୍ଜିନ ସରକାର ଉପରେ ଲୋକ ବିଶ୍ୱାସ କରିବେ ଏବଂ ବିଜେପି ପ୍ରାର୍ଥୀଙ୍କୁ ହିଁ ଜିତାଇବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande