ବାଲିଘାଟ ଜାଗେଶ୍ବରୀ ଗଜଲକ୍ଷ୍ମୀ ପୂଜା : ଏଥର ୩ ରାତି ମେଲୋଡିରେ କମ୍ପିବ ପୂଜା ମଣ୍ଡପ
ପୁରୀ, ୭ ଅକ୍ଟୋବର (ହି.ସ.)- ଶ୍ରୀ ଶ୍ରୀ ମହାମାୟୀ ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୧୮ ତମ ଗଜଲକ୍ଷ୍ମୀ ପୂଜା ଧୂମଧାମରେ ଆରମ୍ଭ ହୋଇଛି | ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ତିନିଦିନ ସୁନେଲି ସନ୍ଧ୍ୟାରେ ସୃତି ମଧୁର ମେଲୋଡି ପରିବେଷଣ କରାଯିବ | ୧୦ ତାରିଖ ଶୁକ୍ରବାର ସନ୍ଧ୍ୟାର
ବାଲିଘାଟ ଜାଗେଶ୍ବରୀ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ . ଏଥର ୩ ରାତି ମେଲୋଡି ରେ କମ୍ପିବ ପୂଜା ମଣ୍ଡପ


ପୁରୀ, ୭ ଅକ୍ଟୋବର (ହି.ସ.)- ଶ୍ରୀ ଶ୍ରୀ ମହାମାୟୀ ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୧୮ ତମ ଗଜଲକ୍ଷ୍ମୀ ପୂଜା ଧୂମଧାମରେ ଆରମ୍ଭ ହୋଇଛି | ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ତିନିଦିନ ସୁନେଲି ସନ୍ଧ୍ୟାରେ ସୃତି ମଧୁର ମେଲୋଡି ପରିବେଷଣ କରାଯିବ |

୧୦ ତାରିଖ ଶୁକ୍ରବାର ସନ୍ଧ୍ୟାରେ ମଣ୍ଟୁ ଛୁରିଆ ଓ ଗ୍ରୁପ ଦ୍ୱାରା ଗୀତ ବାହାର ସୁମଧୁର ସଂଗୀତ ପରିବେଷଣ କରିବେ | ୧୧ ତାରିଖ ଶନିବାର ସନ୍ଧ୍ୟାରେ ଆଟ୍ରାକ୍ସନ ବ୍ୟାଣ୍ଡରେ ନଭ୍ୟା ଯାଇତି ଓ ଗ୍ରୁପ ଦ୍ୱାରା ସୁମଧୁର କଣ୍ଠ ସଂଗୀତ ପରିବେଷଣ କରାଯିବ | ୧୨ ତାରିଖ ରବିବାର ଶେଷ ସନ୍ଧ୍ୟାରେ ଓଡିଶାର ସୁପ୍ରସିଦ୍ଧ ଗାୟିକା ସୁଜ୍ଞାନୀ ମହାପାତ୍ର ଓ ଗ୍ରୁପ ର ମହାରାଜା ବ୍ୟାଣ୍ଡ ଭଜନ, ଆଧୁନିକ ଓ ହିନ୍ଦୀ ଚଳଚିତ୍ର ଗୀତର କଣ୍ଠ ସ୍ଵରରେ ଜଲୱା ସୃଷ୍ଟି କରିବେ | ୧୮ତାରିଖରେ ମା ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଜଣାଇଛନ୍ତି | ମା ଙ୍କୁ ପ୍ରତ୍ଯହ ଦର୍ଶନ କରିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆୟୋଜକ କମିଟିର ମୁଖ୍ୟ ଉପଦେଷ୍ଟା ଭାଗିରଥି ସ୍ୱାଇଁ (ଭାଗୁ)ଓ ରଞ୍ଜନ ରାଉଳ, ସଭାପତି ବିଭୂତି ଭୂଷଣ ସେଠୀ, ସମ୍ପାଦକ ସୁଜିତ କୁମାର ସାହୁ (ପପୁ) ଓ କମିଟି ର କର୍ମକର୍ତ୍ତା, ସଭ୍ୟଗଣ ଓ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande