ପୀତବାସଙ୍କ ହତ୍ୟା ଦଳ ଏବଂ ସମାଜ ପାଇଁ ବଡ଼ କ୍ଷତି - ମନମୋହନ ସାମଲ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପୀତବାସଙ୍କ ହତ୍ୟା ଦଳ ଏବଂ ସମାଜ ପାଇଁ ବଡ଼ କ୍ଷତି। ସେ ଲୋକଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେ। ତଳ ପାହାଚରେ ଥିବା ଲୋକ
ପୀତବାସଙ୍କ ହତ୍ୟା ଦଳ ଏବଂ ସମାଜ ପାଇଁ ବଡ଼ କ୍ଷତି - ମନମୋହନ ସାମଲ


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପୀତବାସଙ୍କ ହତ୍ୟା ଦଳ ଏବଂ ସମାଜ ପାଇଁ ବଡ଼ କ୍ଷତି। ସେ ଲୋକଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେ। ତଳ ପାହାଚରେ ଥିବା ଲୋକଙ୍କ ପାଇଁ ସଙ୍ଘର୍ଷ କରୁଥିଲେ। ସାଲିସ ବିହୀନ ଆନ୍ଦୋଳନ କରୁଥିଲେ। ଏହା ଉପରେ ସରକାର ନିଶ୍ଚିତ ଭାବେ ଦୃଢ଼ତାର ସହ କାର୍ଯ୍ୟାନୁଷ୍ଠାନ ନେବେ। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । କେବେ ବି ଅସାମାଜିକ ତତ୍ୱକୁ ପ୍ରସୟ ଦିଆଯିବ ନାହିଁ । ଦେଖନ୍ତୁ ଆଗକୁ ଆକ୍ସନ କଣ ହେଉଛି । ଲଜିକାଲ ଏଣ୍ଡ ଯାଏଁ ସରକାର ଯିବ । ତଦନ୍ତ ସରିଲେ ଜଣା ପଡ଼ିବ ରାଜନୈତିକ ଲିଙ୍କ ଅଛି କି ନାହିଁ।

ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ଲଢେଇ କରୁଥିଲା । ଯଦି ନ୍ୟାୟକୁ ରୋକିବା ପାଇଁ ଚାହୁଁଛ, ତାହେଲେ ସାମ୍ନା ସାମ୍ନୀ ଲଢେଇ କର। ଶକ୍ତି ଅଛି ଯଦି ସାମ୍ନାରେ ଲଢେଇ ହେବ ଆଦର୍ଶଗତ ଲଢେଇ ହେବ । ବ୍ୟକ୍ତିଗତ ଲଢେଇ କଣ ପାଇଁ ବୋଲି ପ୍ରଶ୍ନ କରି ଆହ୍ୱାନ ଦେଇଛନ୍ତି ମନମୋହନ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande