ଧର୍ମଶାଳା, ୭ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ମୁଣ୍ଡମାଳ ଗ୍ରାମରେ ଏକ ଚିତାବାଘ ବୁଲୁଥିବା ଗାଁଲୋକେ ଦେଖି ଭୟଭିତ ହୋଇପଡିଛନ୍ତି । କିଛି ଦିନ ତଳେ ରାତିରେ ଏକ ଚିତାବାଘ ନଦୀବନ୍ଧ ଅତିକ୍ରମ କରି ମୁଣ୍ଡମାଳ ଗ୍ରାମ ଆଡକୁ ଅସିଥିବା ଲୋକେ ଦେଖିଥିଲେ । ତେବେ କିଛି ଦିନ ହେବ ଚିତାର କୌଣସି ପତା ମିଳି ନଥିଲା । ଏବେ କିନ୍ତୁ ୨ ଦିନ ହେବ ସନ୍ଧ୍ୟ ସମୟରେ ନିକଟସ୍ଥ ପରିବା କିଆରିରେ ଚିତା ବୁଲୁଥିବା ଲୋକେ ଦେଖି ଭୟ ଭିତ ହୋଇପଡିଛନ୍ତି । ତେବେ କିଛି ଦିନ ତଳେ ନଦୀବନ୍ଧ ଦେଇ ଗାଁ ବିତରକୁ ଚଲି ଅସିଥିବା ସେହି ଚିତାବାଘ ବୋଲି ଲୋକେ ଆଶଙ୍କ କରିଚନ୍ତି । ତେବେ ଚିତାଟି ଅଦ୍ୟାବଧି କହାରି କ୍ଷତି ଘଟାଇନଥିବା ଜଣପଡିଛି । ଚିତା ବାଘ ଏକ ହିଂସ୍ରଯନ୍ତୁ ହୋଇଥିବା ବେଳେ ଯୋକୌଣସି ସମୟରେ ଏହା ଅଘଟଣଘଟାଇବା ନେଇ ଲୋକେ ଆଶଙ୍କା କରି ଭୟଭିତ ହୋଇପଡିଛନ୍ତି । ବନବିଭଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ