କଟକରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ୪୮ ଘଂଟା ପରେ କଟକରେ ଇୟଂଟରନେଟ୍ ସେବା ସ୍ୱାଭାବିକ ହୋଇଛି । ଦୂର୍ଗାପୂଜା ମେଢ଼ ଭସାଣ ବେଳେ ଉପୁଜିଥିବା ବିଶୃଙ୍ଖଳା ପାଇଁ ଇଂଟରନେଟ୍ କଟକଣା ଜାରି କରାଯାଇଥିଲା। କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ଉପରେ ନଜର ରଖାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟ
କଟକରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ୪୮ ଘଂଟା ପରେ କଟକରେ ଇୟଂଟରନେଟ୍ ସେବା ସ୍ୱାଭାବିକ ହୋଇଛି । ଦୂର୍ଗାପୂଜା ମେଢ଼ ଭସାଣ ବେଳେ ଉପୁଜିଥିବା ବିଶୃଙ୍ଖଳା ପାଇଁ ଇଂଟରନେଟ୍ କଟକଣା ଜାରି କରାଯାଇଥିଲା। କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ଉପରେ ନଜର ରଖାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ଅପିଲ୍ ସହ ଆଇନ ଭଙ୍ଗ କଲେ ଆକ୍ସନ୍ ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍‌।

ସୂଚନାଯୋଗ୍ୟ ଯେ ମେଢ ଭସାଣୀ ବିଶୃଙ୍ଖଳା ଯୋଗୁଁ କଟକରେ ଗତ ୫ ତାରିଖ ସନ୍ଧ୍ୟାରୁ କର୍ଫ୍ୟୁ ସହ ଇଂଟରନେଟ କଟକଣା ଜାରି କରାଯାଇଥିଲା। ପୋଲିସ ୩୬ ଘଂଟା ପାଇଁ କଟକର ୧୩ଟି ଥାନା ଅଂଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। ମଙ୍ଗଳବାର ସକାଳେ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande