ନୂଆପଡ଼ାରେ ବିଜେପିକୁ ଲୋକ ଆଶୀର୍ବାଦ କରିବେ - ଲତା ଉସେଣ୍ଡି
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପନିର୍ବାଚନ ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରତିକ୍ରିୟା ଦେଇ କହିଛନ୍ତି ୨୪ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ। କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଭଉଣୀ, କୃଷକ ଏବଂ ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ
ନୂଆପଡ଼ାରେ ବିଜେପିକୁ ଲୋକ ଆଶୀର୍ବାଦ କରିବେ - ଲତା ଉସେଣ୍ଡି


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପନିର୍ବାଚନ ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରତିକ୍ରିୟା ଦେଇ କହିଛନ୍ତି ୨୪ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ। କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଭଉଣୀ, କୃଷକ ଏବଂ ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ କାମ କରିଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟରେ ମୋହନଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । ତେଣୁ ନୂଆପଡା ଜନତା ମଧ୍ୟ ବିଜେପିକୁ ଭରସା କରିବେ । ପ୍ରାର୍ଥୀ କିଏ ହେବେ ତାହା ଦଳ ଭିତରେ ଆଲୋଚନା ପରେ ଘୋଷଣା କରାଯିବ । ଚୟନ କମିଟି ହିଁ ନିର୍ଣ୍ଣୟ କରିବେ କାହାକୁ ପ୍ରାର୍ଥୀ କରାଯିବ। ନୂଆପଡାରେ ଆଦିବାସୀ ଭୋଟ ହାର ଅଧିକ ଅଛି । କିନ୍ତୁ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସବୁ ନିଷ୍ପତି ନିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande