ଧର୍ମଶାଳା,୭ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ କୁମାର ପୁର୍ଣ୍ଣମୀ ଅବସରରେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ବିଶେଷ ଭାବେ ଏହି ବ୍ଲକର କଏମା, ପାଟପୁର, ନୀଳାଦେଇପୁର, ଭାଲୁଖାଇ, ଚାନ୍ଦପୁର, କୁମାରୀ, ଜାରକାବଜାର, ନେଉଳପୁର ଆଦି ବିଭିନ୍ନ ଅଂଚଳରେ ମାଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେଉଛି । ମାଙ୍କ ପୂଜାକୁ ସରଶ ସୁନ୍ଦର କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ସାଜସଜା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି । ଶ୍ରଦ୍ଧାଳୁମାନେ ମାଙ୍କୁ ଦର୍ଶନ କରିବା ସହ ଭୋଗ ଓ ଦୀପଦାନ କରୁଥିବା ଦେଖିବାକୁ ମିଳୁଛି । ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ମା ଲକ୍ଷ୍ମୀଙ୍କ ପୂଜାରେ ଶ୍ରଦ୍ଧାଳୁ ଓ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ପରିଲକ୍ଷିତ ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ