ଦିଲ୍ଲୀରେ ହେବ ମହାନଦୀ ପାର୍ଲିଆମେଣ୍ଟ
Bhubaneswar, 7 ଅକ୍ଟୋବର (ହି.ସ.) ଆସନ୍ତା 13 ରେ ଦିଲ୍ଲୀ ରେ ହେବ ମହାନଦୀ ପାର୍ଲିଆମେଣ୍ଟ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ନୂଆ ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ସୂତ୍ର ନେଇ ହେବ ମାନସ ମନ୍ଥନ।ଏଥିରେ ଓଡ଼ିଶା ଉଛ ନ୍ୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ଭି ଗୋପାଳ ଗୌଡଙ୍କ ସଭାପତି
ଦିଲ୍ଲୀରେ ହେବ ମହାନଦୀ ପାର୍ଲିଆମେଣ୍ଟ


Bhubaneswar, 7 ଅକ୍ଟୋବର (ହି.ସ.)

ଆସନ୍ତା 13 ରେ ଦିଲ୍ଲୀ ରେ ହେବ ମହାନଦୀ ପାର୍ଲିଆମେଣ୍ଟ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ନୂଆ ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ସୂତ୍ର ନେଇ ହେବ ମାନସ ମନ୍ଥନ।ଏଥିରେ ଓଡ଼ିଶା ଉଛ ନ୍ୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ଭି ଗୋପାଳ ଗୌଡଙ୍କ ସଭାପତିତ୍ୱ କରିବେ। ମହାନଦୀ ପାର୍ଲିଆମେଣ୍ଟ ରେ ଜଳ ମାନବ ରାଜେନ୍ଦ୍ର ସିଂ, ଙ୍କ ସହ ସୁପ୍ରିମ କୋର୍ଟର ବହୁ ଆଇନଜୀବୀ, ବିଜେପି, ବିଜେଡ଼ି, ବାମପନ୍ଥୀ ଏ ବହୁ ସାଂସଦ ଙ୍କ ସହ ଦେଶ ର ବିଭିନ୍ନ ନଦୀ ଜଳ ସୁରକ୍ଷା ସଂଗଠନର କର୍ମକର୍ତ୍ତା ଯୋଗ ଦେବେ।

ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦ ନେଇ ଆପୋଷ ସମାଧାନ ପାଇଁ ପ୍ରୟାସ କରାଯାଉଛି। ସାରା ଭାରତ ରେ ନଦୀ ଜଳ ବିବାଦ ନେଇ 9 ଟି ଟ୍ରିବୁନାଲ ହୋଇଛି। ଅକ୍ଟୋବର 13 ରେ ହେବାକୁ ଯାଉଥିବା ମହାନଦୀ ପାର୍ଲିଆମେଣ୍ଟ ରୁ ବାହାରିବାକୁ ଯାଉଥିବା ନିଷ୍କର୍ଷ କେନ୍ଦ୍ର , ଓ ରାଜ୍ୟକୁ ରିପୋର୍ଟ ଦିଆଯିବ ବୋଲି ଭୁବନେଶ୍ୱର ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande