ନଦୀ କୂଳରୁ ମହିଳାଙ୍କୁ କୁମ୍ଭୀର ଟାଣି ନେବା ଘଟଣା : ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
ଧର୍ମଶାଳା, ୭ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଂଚାୟତସ୍ଥ କନ୍ତିଆ ଗ୍ରାମରେ ଜଣେ ମହିଳା ସୋମବାର ସନ୍ଧ୍ୟାରେ ଖରସ୍ରୋତା ନଦୀ କୂଳରେ ଲୁଗା ସଫା କରିବା ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଘଟଣା ଜଣାପଡିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂ
ନଦୀ କୂଳରୁ ମହିଳାଙ୍କୁ କୁମ୍ଭୀର ଟାଣି ନେବା ଘଟଣା : ମହିଳାଙ୍କ ମୃତ ଦେହ ଉଦ୍ଧାର


ଧର୍ମଶାଳା, ୭ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଂଚାୟତସ୍ଥ କନ୍ତିଆ ଗ୍ରାମରେ ଜଣେ ମହିଳା ସୋମବାର ସନ୍ଧ୍ୟାରେ ଖରସ୍ରୋତା ନଦୀ କୂଳରେ ଲୁଗା ସଫା କରିବା ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଘଟଣା ଜଣାପଡିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ହେଲେ ମହିଳାଙ୍କର କୌଣସି ସନ୍ଧାନ ପାଇ ପାରି ନଥିଲେ । ତେବେ ଆଜି ଅପରାହ୍ନରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ବାଙ୍କିପାଳ ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ମହିଳା ଜଣକ ହେଲେ କନ୍ତିଆ ଗ୍ରାମର ଶୁଦେବ ମହଲାଙ୍କ ପତ୍ନୀ ସୌଦାମିନୀ(୫୫) ବୋଲି ଜଣାପଡିଛି । ବରୀ-ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande