ନୂଆପଡ଼ାରେ ବିଜେଡି ୪୦ରୁ ୫୦ହଜାର ଭୋଟରେ ଜିତିବ - ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡା ଉପନିର୍ବାଚନକୁ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ନୂଆପଡ଼ାରେ ବିଜେଡି ୪୦ରୁ ୫୦ହଜାର ଭୋଟରେ ଜିତିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବ ସେ ଜିତିବ । ନୂଆପଡ଼ାରେ ବିଜେଡି
ନୂଆପଡ଼ାରେ ବିଜେଡି ୪୦ରୁ ୫୦ହଜାର ଭୋଟରେ ଜିତିବ - ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡା ଉପନିର୍ବାଚନକୁ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ନୂଆପଡ଼ାରେ ବିଜେଡି ୪୦ରୁ ୫୦ହଜାର ଭୋଟରେ ଜିତିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବ ସେ ଜିତିବ । ନୂଆପଡ଼ାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ସିମ୍ପାଥି ଅଛି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ସେ ଆହୁରି କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ କାଲି ତାରିଖ ଘୋଷଣା ହେବ। ସେତେବେଳେ ସେ ନୂଆପଡ଼ା ଗଲେ। ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ। କାଲି ମୁଖ୍ୟମନ୍ତ୍ରୀ କହିଲେ ଢୋଲକିଆଙ୍କ ସ୍ୱପ୍ନ ପୁରଣ କରିବେ। ତାଙ୍କ ଶୁଦ୍ଧକ୍ରିୟାରେ ଏ କଥା କାହିଁକି କହିଲେ ନାହିଁ। ଏବେ କୋଡ଼ ଅଫ କଣ୍ଡକ୍ଟ ଲାଗିଗଲାଣି। କିଛି ହୋଇ ପାରିବ ନାହିଁ। ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ। ନୂଆପଡାବାସୀ ଅନୁଭବ କରିଛନ୍ତି, ନୂଆପଡାର ବିକାଶ କେବଳ ବିଜେଡି ସରକାର କରିଛନ୍ତି। ଲୋକମାନେ ପୁଣି ବହୁ ଭୋଟରେ ବିଜେଡିକୁ ଜିତାଇବେ। ସରକାର ଯେତେବେଳେ ଭଲକାମ କରନ୍ତି, ଉପନିର୍ବାଚନ ସରକାରି ଦଳ ସପକ୍ଷରେ ଯାଏ। ଏମାନେ କିଛି ଭଲ କାମ କରି ନାହାନ୍ତି। ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ବିଜେଡି ସଭାପତି ଘୋଷଣା କରିବେ। କିଏ ପ୍ରାର୍ଥୀ ହେବେ ସେ ନିଷ୍ପତି ଅନ୍ୟ କେହି ନେଇ ପାରିବେ ନାହିଁ।

ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଉପରେ ବିଜେପିର ନଜର ଥିବା ପ୍ରସଙ୍ଗରେ ସେ କହିଛନ୍ତି ସେମାନେ ଆମ ପଛରେ ଦୌଡି ଦୌଡି ନେତା ହୋଇଛନ୍ତି। ବିଜେଡି ୨୪ ବର୍ଷରେ କଣ କରିଥିଲା ତାକୁ ଖାଲି କହି ହେଉଛନ୍ତି। ସେମାନେ କିଛି କରୁ ନାହାନ୍ତି। ସେକଥା ଲୋକ ଜାଣି ସାରିଲେଣି। ବିଜେପି ଯାହାକୁ ପ୍ରାର୍ଥୀ କଲେ ଆମର କିଛି ଯାଏ ଆସେ ନାହିଁ। ବିଜେଡି ଯାହାକୁ ପ୍ରାର୍ଥୀ କଲେ ସେଠାରେ ଜିତିବ। ବିଜେଡି ନୂଆପଡ଼ାରେ ୪୦ରୁ ୫୦ ହଜାର ଭୋଟରେ ଜିତିବ। ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବ ସେ ଜିତିବ। ନୂଆପଡ଼ାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ସିମ୍ପାଥି ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande