Bhubaneswar, 7 ଅକ୍ଟୋବର (ହି.ସ.)
କଟକ ଘଟଣା ବହୁତ ଚିନ୍ତାଜନକ । 25 ବର୍ଷ ଧରି ଅସାମାଜିକ ତତ୍ତ୍ଵ ଗୁଡ଼ିକ ପାଳନ ପୋଷଣ ହୋଇ ଥିଲେ । ହଠାତ୍ ଶ୍ୱାସ ରୁଦ୍ଧ ହୋଇ ଆକ୍ରୋଶ ଦେଖାଇଛନ୍ତି । ସରକାର ସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ଜନ ସାଧାରଣ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ ଏବଂ ସୌହର୍ଦ୍ୟ ବଜାୟ ରଖନ୍ତୁ ବୋଲି ଅପିଲ କଲେ ବିଜେପି ସାଂସଦ ।
ସେ କହିଛନ୍ତି କେବେ ବି ଆତଙ୍କବାଦୀ ଏବଂ ସାମ୍ପ୍ରଦୟିକ ତତ୍ତ୍ଵ ମାନଙ୍କ ଦ୍ଵାରା ପ୍ରଭାବିତ ହୁଅନ୍ତୁ ନାହିଁ ।
ଗଣ୍ଡଗୋଳ ପ୍ରସଙ୍ଗରେ କଟକ ସାଂସଦଙ୍କ ବାହାର ତତ୍ତ୍ଵ ବୟାନକୁ ନେଇ ପ୍ରତାପ କହିଲେ, କିଛି ଅସମ୍ଭବ ନୁହେଁ । କିଛି ଦେଶ ବିରୋଧୀ ତତ୍ତ୍ଵ ସବୁ ଆଡ଼େ ଅତପ୍ରତ୍ଵ ହୋଇ ଅଛନ୍ତି । ଜ୍ୟୋତି ମାଲାହୋତ୍ର ମଧ୍ୟ ଆମ ଭିତରେ ଥିଲେ । ତେବେ ସରକାର ଏ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ସଜାଗ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା