ଶ୍ରୀମନ୍ଦିର ଓ ହବିଷ୍ୟାଳି କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଲେ ଏସପି ପ୍ରତୀକ ସିଂ
ପୁରୀ, ୭ ଅକ୍ଟୋବର (ହି.ସ.)- ପବିତ୍ର କାର୍ତ୍ତିକ ମାସ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ର ଧାମରେ ଲକ୍ଷାଧିକ ଭକ୍ତ ଓ ହବିଷ୍ୟାଳୀ ମା ମାନଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ଶାନ୍ତି, ଶୃଙ୍ଖଳା ଓ ସୁବିଧାପୂର୍ଣ୍ଣ ଦର୍ଶନ ନିମନ୍ତେ ପୁରୀପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ପୁରୀ ଜିଲ୍ଲା ପୋ
ଶ୍ରୀମନ୍ଦିର ଓ ହବିଷ୍ୟାଳି କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଲେ ଏସପି ପ୍ରତୀକ ସିଂ


ପୁରୀ, ୭ ଅକ୍ଟୋବର (ହି.ସ.)- ପବିତ୍ର କାର୍ତ୍ତିକ ମାସ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ର ଧାମରେ ଲକ୍ଷାଧିକ ଭକ୍ତ ଓ ହବିଷ୍ୟାଳୀ ମା ମାନଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ଶାନ୍ତି, ଶୃଙ୍ଖଳା ଓ ସୁବିଧାପୂର୍ଣ୍ଣ ଦର୍ଶନ ନିମନ୍ତେ ପୁରୀପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ପୁରୀ ଜିଲ୍ଲା ପୋଲିସ ଅଧିକ୍ଷକ ପ୍ରତୀକ ସିଂ ନିଜେ ଶ୍ରୀମନ୍ଦିର ପରିସରରେ ଉପସ୍ଥିତ ରହି ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନଙ୍କ ଶାନ୍ତି ଓ ଶୃଙ୍ଖଳାପୂର୍ଣ୍ଣ ଦର୍ଶନ ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ସେ ସମସ୍ତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଭକ୍ତମାନଙ୍କୁ ସମସ୍ତ ସହଯୋଗ ଓ ସୁବିଧା ଯୋଗାଇ ଦେବେ।

ଶ୍ରୀ ସିଂ ବୃନ୍ଦାବତୀ. ନିବାସ କୁ ଯାଇ ସେଠାର ହବିଷ୍ୟାଳୀ ମାନଙ୍କ ସୁବିଧା ବ୍ୟବସ୍ଥା, ଖାଦ୍ୟ ବିତରଣ ଓ ଆଶ୍ରୟ ସୁବିଧା ନିରୀକ୍ଷଣ କରିଥିଲେ। ହବିଷ୍ୟାଳୀ ମା ମାନେ ଏସପିଙ୍କ ସହ ମିଶି ଖୁସି ପ୍ରକାଶ କରିଥିଲେ ଓ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଏସପି ମଧ୍ୟ ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ, ଯାହାର ଦୃଶ୍ୟ ସେଠାରେ ଏକ ସୁସ୍ଥ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ପୁରୀ ପୋଲିସ ସବୁ ସମୟରେ ଭକ୍ତ ଓ ହବିଷ୍ୟାଳୀ

ମା ମାନଙ୍କ ସୁରକ୍ଷା, ସେବା ଓ ସୁବିଧା ପାଇଁ ପ୍ରତିବଦ୍ଧ ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande