କାନବେରା (ଅଷ୍ଟ୍ରେଲିଆ) 9 ଅକ୍ଟୋବର (ହି.ସ)- ଭାରତୀୟ ରକ୍ଷାମନ୍ତ୍ରୀ
ରାଜନାଥ ସିଂହ ଦୁଇ ଦିନିଆ ସରକାରୀ ଗ୍ରସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି।ତାଙ୍କୁ ରୟାଲ୍
ଅଷ୍ଟ୍ରେଲିଆନ୍ ବାୟୁସେନା ଘାଟିରେ ଭବ୍ୟ ସ୍ୱାଗତ କରାଯାଇଥିଲା।ସିଂହ ଏକ୍ସରେ
ଲେଖିଛନ୍ତି, କେନବରାର ରୟାଲ୍
ଅଷ୍ଟ୍ରେଲିଆନ୍ ବାୟୁସେନା ଘାଟିରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆର ସହାୟକ ରକ୍ଷାମନ୍ତ୍ରୀ ପିଟର
ଖଲିଲ ମୋତେ ଉଷ୍ମ ସ୍ୱାଗତ କରିଥିଲେ। ମୁଁ ଖୁବ୍ ଶୀଘ୍ର ମୋର ବନ୍ଧୁ, ଅଷ୍ଟ୍ରେଲିଆର
ଉପ-ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରିଚର୍ଡ ମାର୍ଲେସଙ୍କ ସହିତ ଏକ ଦ୍ୱିପାକ୍ଷିକ
ବୈଠକ ପାଇଁ ଅପେକ୍ଷା କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା