ଜରୁରୀକାଳରେ ପ୍ରେସର ଶ୍ୱାସରୁଦ୍ଧ କରାଯାଇଥିଲା, ନାଗରିକ ଅଧିକାରର ହନନ ହୋଇଥିଲା- ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ
ଗଣତନ୍ତ୍ର ସଂଗ୍ରାମୀଙ୍କୁ କରାଗଲା ସମ୍ମାନିତ ଲକ୍ଷ୍ନୌ, 9 ଅକ୍ଟୋବର (ହି.ସ.)- ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ ଜରୁରୀକାଳ ଭାରତୀୟ ଗଣତନ୍ତ୍ର ଉପରେ ଲାଗିଥିବା ସବୁଠୁ କଳା ଦାଗ୍ ଥିଲା, ଯେଉଁଠାରେ ନାଗରିକ ଅଧିକାର ଏବଂ ଅଭିବ୍ୟକ୍ତିର ସ୍
ବ୍ରଜେଶ ପାଠକ


ଗଣତନ୍ତ୍ର ସଂଗ୍ରାମୀଙ୍କୁ

କରାଗଲା ସମ୍ମାନିତ

ଲକ୍ଷ୍ନୌ, 9 ଅକ୍ଟୋବର (ହି.ସ.)- ଉତ୍ତର ପ୍ରଦେଶର

ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ ଜରୁରୀକାଳ ଭାରତୀୟ ଗଣତନ୍ତ୍ର ଉପରେ ଲାଗିଥିବା

ସବୁଠୁ କଳା ଦାଗ୍ ଥିଲା, ଯେଉଁଠାରେ ନାଗରିକ ଅଧିକାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଭାବରେ ଚପାଇ

ଦିଆଯାଇଥିଲା। ସେ କହିଛନ୍ତି ଯେ ସେହି ସମୟରେ ପ୍ରେସ୍‌ର ଶ୍ୱାସରୁଦ୍ଧ କରାଯାଇଥିଲା, ନିର୍ଯାତନାର ସୀମା ପାର୍ ହୋଇଥିଲା ଏବଂ ଲୋକଙ୍କୁ କହିବା କିମ୍ବା

ଯିବା ଆସିବାର ସ୍ୱାଧୀନତା ମିଳୁନଥିଲା।

ଉପମୁଖ୍ୟମନ୍ତ୍ରୀ ପାଠକ ଲକ୍ଷ୍ନୌ

ବିଶ୍ୱବିଦ୍ୟାଳୟର ମାଲବୀୟ ସଭାଗୃହରେ ହିନ୍ଦୁସ୍ଥାନ ସମାଚାର ବହୁଭାଷୀ ନ୍ୟୁଜ୍ ଏଜେନ୍ସି ଦ୍ୱାରା

ଆୟୋଜିତ ‘ଜରୁରୀକାଳର ୫୦ ବର୍ଷ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ‘ଯୁଗବାର୍ତ୍ତା’ ଏବଂ ‘ନବୋତ୍ଥାନ’ ପତ୍ରିକାର ବିଶେଷାଙ୍କର ଉନ୍ମୋଚନ ହୋଇଥିଲା।

ପାଠକ କହିଛନ୍ତି ଯେ ସେହି

ସମୟର କଂଗ୍ରେସ୍ ସରକାର ଲୋକତନ୍ତ୍ରକୁ କାଠ କଣ୍ଢେଇ ସଜାଇ ରାଷ୍ଟ୍ରପତିଙ୍କ ଠାରୁ ଜବରଦସ୍ତି

ହସ୍ତାକ୍ଷର କରାଇଥିଲେ । ସେ କହିଛନ୍ତି, “ଆଜି ଯେଉଁମାନେ ସଂବିଧାନର ପ୍ରତିକୃତି ନେଇ ବୁଲୁଛନ୍ତି, ସେମାନେ ହିଁ ସେଇ ସମୟରେ ସଂବିଧାନ ହତ୍ୟାର ଦାୟୀ ଥିଲେ।” ସେ କହିଛନ୍ତି ଯେ ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

ନେତୃତ୍ୱରେ ଏକ ବିକାଶଶୀଳ ଦେଶ ହେବା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଜେପି ଭୋଟର

ରାଜନୀତି ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ସିଦ୍ଧାନ୍ତରେ କାମ କରେ।

ପରିବହନ ମନ୍ତ୍ରୀ

ଦୟାଶଙ୍କର ସିଂହ କହିଛନ୍ତି ଯେ ଗଣତନ୍ତ୍ର ସେନାନୀମାନେ ଯେଭଳି ସାହସର ସହିତ ଜରୁରୀକାଳରେ

ସଂବିଧାନକୁ ରକ୍ଷା କରିଥିଲେ, ତାହାର ଫଳସ୍ୱରୂପ ଆଜି ଦେଶରେ ଗଣତନ୍ତ୍ର ଓ ଅଭିବ୍ୟକ୍ତିର ସ୍ୱାଧୀନତା ବଞ୍ଚିଛି। ସେ

କହିଛନ୍ତି ଯେ ଜରୁରୀକାଳ ଭାରତୀୟ ରାଜନୀତିର ଇତିହାସର ଏକ ଅଲିଭା କଳଙ୍କ।

ପୂର୍ବତନ ମନ୍ତ୍ରୀ ସୁରେଶ

ରାଣା କହିଛନ୍ତି ଯେ ସେହି ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେବଳ ନିଜର ଶାସନକୁ

ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ଦେଶରେ ଜରୁରୀକାଳ ଥୋପିଦେଇଥିଲେ। ସେ କହିଛନ୍ତି ଯେଉଁ

ଦେଶର ଯୁବମାନେ ସ୍ୱାଧୀନତା ପାଇଁ ଫାଶୀ ଫନ୍ଦା ଚୁମ୍ବନ କରିଥିଲେ, ସେଇ ଦେଶର ସ୍ୱାଧୀନତାକୁ ଶାସନର ଲୋଭରେ ମାଡି ଦିଆଯାଇଥିଲା। ରାଣା

ଯୁବମାନଙ୍କୁ ଆହ୍ୱାନ କରି କହିଛନ୍ତି ଯେ ସେମାନେ ଗଣତନ୍ତ୍ରର ସେହି ଲଢ଼େଇର ଇତିହାସକୁ ଜାଣନ୍ତୁ

ଏବଂ ତାହାକୁ ଆଗକୁ ବଢ଼ାନ୍ତୁ।

ଏହି ଅବସରରେ ମଞ୍ଚରେ

ବସିଥିବା ଅତିଥିମାନେ ୧୧ ଜଣ ଗଣତନ୍ତ୍ର ସଂଗ୍ରାମୀଙ୍କୁ ଅଙ୍ଗବସ୍ତ୍ର, ଶଂଖ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ସମ୍ମାନିତ

ହେବା ଥିବା ଲୋକମାନଙ୍କ ମଧ୍ୟରେ ଭାରତ ଦିକ୍ଷିତ, ରାଜେନ୍ଦ୍ର ତିୱାରୀ, ମନିରାମ ପାଲ, ଭାନୁ ପ୍ରତାପ, ଗଙ୍ଗା ପ୍ରସାଦ, ରମାଶଂକର ତ୍ରିପାଠୀ, ଦିନେଶ ପ୍ରତାପ ସିଂହ, ଦିନେଶ ଅଗ୍ନିହୋତ୍ରୀ, ଅଜୀତ ସିଂହ, ବିଶ୍ରାମ ସାଗର ଓ ସୁରେଶ ରଜୱାନୀ ସାମିଲ ଥିଲେ।

ଲକ୍ଷ୍ନୌର ମହାପୌର ସୁଷମା

ଖର୍କୱାଲ କହିଛନ୍ତି ଯେ ଜରୁରୀକାଳର ବେଦନା ଆମେ ଆମ ବୃଦ୍ଧମାନଙ୍କ ପାଖରୁ ଶୁଣିଛୁ। ସେହି ସମୟରେ

ସରକାରୀ କର୍ମଚାରୀମାନଙ୍କର ବେତନ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। କାର୍ଯ୍ୟକ୍ରମର ସଂଚାଳନ

ପ୍ରଫେସର ଅମିତ କୁଶ୍ୱାହା କରିଥିଲେ।

ଏହି ଅବସରରେ ହିନ୍ଦୁସ୍ଥାନ

ସମାଚାରର ନିର୍ଦେଶକ ଅରବିନ୍ଦ ମାର୍ଡିକର, ରାଜେନ୍ଦ୍ର ସକ୍ସେନା, ସ୍ୱାମୀ ମୁରାରୀ ଦାସ, ପ୍ରଶାନ୍ତ ଭାଟିଆ, ହରୀଶ ଶ୍ରୀବାସ୍ତବ, ଅବନୀଶ ତ୍ୟାଗୀ, ମନୀଷ ଶୁକ୍ଲା, ଆନନ୍ଦ ଦୁବେ, ଡ଼ା. ହରନାମ ସିଂହ ଓ ଅନିଲ ସହିତ ଅନେକ ମାନ୍ୟଗଣ ବ୍ୟକ୍ତିମାନେ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande