ବିହାରରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମାମଲାରେ ଏନଆଇଏ ଚଢାଉ
ନୂଆଦିଲ୍ଲୀ, 9ଅକ୍ଟୋବର (ହି.ସ)-ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)2024 ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ କରି ବିହାରର ବୈଶାଳୀ ଜିଲ୍ଲାରେ ଜଣେ ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।ସଂସ୍ଥା ବୁଧବାରଅଭିଯୁକ୍ତ ସନ୍ଦ
ବିହାରରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମାମଲାରେ ଏନଆଇଏ ଚଢାଉ


ନୂଆଦିଲ୍ଲୀ, 9ଅକ୍ଟୋବର (ହି.ସ)-ଜାତୀୟ ତଦନ୍ତ

ସଂସ୍ଥା (ଏନଆଇଏ)2024 ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ କରି ବିହାରର ବୈଶାଳୀ

ଜିଲ୍ଲାରେ ଜଣେ ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।ସଂସ୍ଥା ବୁଧବାରଅଭିଯୁକ୍ତ ସନ୍ଦୀପ କୁମାର ସିହ୍ନା ଓରଫ ଛୋଟୁ ଲାଲଙ୍କ ଘରୁ ସର୍ଚ୍ଚ କରି ଏକ 9ଏମଏମ ପିସ୍ତଲ, 18 ଜୀବନ୍ତ

କାର୍ଟ୍ରିଜ୍, ଦୁଇଟି ପିସ୍ତଲ ମ୍ୟାଗାଜିନ୍, ଏକ ଡବଲ୍-ବ୍ୟାରେଲ୍ 12-ବୋର ବନ୍ଧୁକ, 35 ଜୀବନ୍ତ କାର୍ଟ୍ରିଜ୍ ଏବଂ ₹4.21 ଲକ୍ଷ ନଗଦ ଜବତ

କରିଛି।

ଏନଆଇଏ ଅନୁଯାୟୀସନ୍ଦୀପ ମୁଖ୍ୟ ଅଭିଯୁକ୍ତ ବିକାଶ କୁମାରଙ୍କ ଜଣେ

ଘନିଷ୍ଠ ସହଯୋଗୀ ଏବଂ ଏକ ଅବୈଧ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱାର୍କର ଜଣେ ସକ୍ରିୟ ସଦସ୍ୟ।

ଏହି ମାମଲା ମୂଳତଃ ବିହାର ପୋଲିସ ଦ୍ୱାରା ପଞ୍ଜିକୃତ କରିଥିଲା, ଯେତେବେଳେ ଏକ ଏକେ -47 ରାଇଫଲ୍ ଏବଂ ଜୀବନ୍ତ କାର୍ଟ୍ରିଜ୍ ଉଦ୍ଧାର

କରାଯାଇଥିଲା। ଅଗଷ୍ଟ 2024 ରେ ଏନଆଇଏ ମାମଲାର ତଦନ୍ତ ନିଜ ହାତରେ ନେଇଥିଲା। ଏହି କେସ ନାଗାଲାଣ୍ଡରୁ ବିହାରର ବିଭିନ୍ନ ସ୍ଥାନକୁ ବେଆଇନ

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସହିତ ଜଡିତ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande