ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ
ନୂଆଦିଲ୍ଲୀ, ୦୯ ଅକ୍ଟୋବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଗୁଜୁରାଟ ଗସ୍ତରେ ରହିବେ । ଏହି ଅବସରରେ ସେ ସୋମନାଥ ମନ୍ଦିର, ଗିର ରାଷ୍ଟ୍ରୀୟ ଉଦ୍ୟାନ, ଦ୍ୱାରିକାଧୀଶ ମନ୍ଦିର ଏବଂ ଗୁଜରାଟ ବିଦ୍ୟାପୀଠର ୭୧ତମ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ । ରାଷ୍ଟ୍ରପ
ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ


ନୂଆଦିଲ୍ଲୀ, ୦୯ ଅକ୍ଟୋବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଗୁଜୁରାଟ ଗସ୍ତରେ ରହିବେ । ଏହି ଅବସରରେ ସେ ସୋମନାଥ ମନ୍ଦିର, ଗିର ରାଷ୍ଟ୍ରୀୟ ଉଦ୍ୟାନ, ଦ୍ୱାରିକାଧୀଶ ମନ୍ଦିର ଏବଂ ଗୁଜରାଟ ବିଦ୍ୟାପୀଠର ୭୧ତମ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ ।

ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ ରାଷ୍ଟ୍ରପତି ୯ ଆକ୍ଟୋବର ସନ୍ଧ୍ୟାରେ ରାଜକୋଟ ପହଂଚିବେ । ୧୦ ଆକ୍ଟୋବରକୁ ସେ ସୋମନାଥ ମନ୍ଦିରରେ ଦର୍ଶନ ଏବଂ ଆରତୀ କରିବେ । ଏହାପରେ ଗିର ରାଷ୍ଟ୍ରୀୟ ଉଦ୍ୟାନର ଗସ୍ତ କରିବେ ଏବଂ ସାସନ ଗିରରେ ସ୍ଥାନୀୟ ଆଦିବାସୀ ସମୁଦାୟଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ତଥା ୧୧ ଅକ୍ଟୋବରକୁ ରାଷ୍ଟ୍ରପତି ଦ୍ୱାରକା ସ୍ଥିତ ଦ୍ୱାରିକାଧୀଶ ମନ୍ଦିରରେ ଦର୍ଶନ କରିବେ ଏବଂ ଅହମ୍ମଦାବାଦରେ ଗୁଜରାଟ ବିଦ୍ୟାପୀଠର ଦୀକ୍ଷାନ୍ତ ସମାରୋହରେ ଭାଗ ନେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande