ସ୍ଲୋଭାକିଆରେ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା, ଅନେକ ଯାତ୍ରୀ ଆହତ
ବ୍ରାଟିସ୍ଲାଭା, ସ୍ଲୋଭାକିଆ, ୧୦ ନଭେମ୍ବର (ହି.ସ.)- ରବିବାର ସନ୍ଧ୍ୟାରେ ସ୍ଲୋଭାକିଆରେ ଦୁଇଟି ଟ୍ରେନ୍ ଧକ୍କାରେ ଡଜନ ଡଜନ ଯାତ୍ରୀ ଆହତ ହୋଇଛନ୍ତି । ଦେଶର ଗୃହମନ୍ତ୍ରୀ ମାଟୁସ୍ ସୁତାଜ୍ ଏଷ୍ଟୋକ୍ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣାସ୍ଥଳରେ ଏଷ୍ଟୋକ୍ କହିଛନ୍ତି ଯେ, ପୂର୍ବରୁ ଠିଆ ହୋଇଥିବା ଟ୍ରେନ୍
ସ୍ଲୋଭାକିଆରେ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା, ଅନେକ ଯାତ୍ରୀ ଆହତ


ବ୍ରାଟିସ୍ଲାଭା, ସ୍ଲୋଭାକିଆ, ୧୦ ନଭେମ୍ବର (ହି.ସ.)- ରବିବାର ସନ୍ଧ୍ୟାରେ ସ୍ଲୋଭାକିଆରେ ଦୁଇଟି ଟ୍ରେନ୍ ଧକ୍କାରେ ଡଜନ ଡଜନ ଯାତ୍ରୀ ଆହତ ହୋଇଛନ୍ତି ।

ଦେଶର ଗୃହମନ୍ତ୍ରୀ ମାଟୁସ୍ ସୁତାଜ୍ ଏଷ୍ଟୋକ୍ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣାସ୍ଥଳରେ ଏଷ୍ଟୋକ୍ କହିଛନ୍ତି ଯେ, ପୂର୍ବରୁ ଠିଆ ହୋଇଥିବା ଟ୍ରେନ୍ ସହିତ ପଛରୁ ଆଉ ଏକ ଟ୍ରେନ୍ ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି । ପରେ, ଟେଲିଭିଜନରେ ପ୍ରସାରିତ ଏକ ସଂକ୍ଷିପ୍ତ ପ୍ରେସ୍ ବାର୍ତାରେ ସେ କହିଛନ୍ତି ଯେ, ରାଜଧାନୀ ବ୍ରାଟିସ୍ଲାଭା ଏବଂ ଏହାର ୨୦ କିଲୋମିଟର ଉତର-ପୂର୍ବରେ ଅବସ୍ଥିତ ପେଜିନୋକ୍ ମଧ୍ୟରେ ଥିବା 'କରିଡର'ରେ ଏହି ଦୁର୍ଘଟଣା ଘଟିଛି । ଡଜନ ଡଜନ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଛି । ତଥାପି, ଦୁର୍ଘଟଣାରେ କାହାରି ମୃତ୍ୟୁ କିମ୍ବା ଗୁରୁତର ଆହତ ହୋଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande