
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)
- 2027 ଜନଗଣନା ପାଇଁ ଆଜିଠୁ ଆରମ୍ଭ ହେବ ଡିଜିଟାଲ ଜନଗଣନା । ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ
ନବରଙ୍ଗପୁରରେ ଆଜିଠୁ 30 ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ରାଜ୍ୟର
୪ ଟି ସ୍ଥାନରେ ଆଜିଠୁ ନଭେମ୍ବର 30 ପର୍ଯ୍ୟନ୍ତ ହେବ ପ୍ରାକ୍ ଜନ ଗଣନା। ଭୁବନେଶ୍ୱର ମହାନଗର ନିଗମର ୨୨
ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ,ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି , ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଜନ ଗଣନା। ଆମ ରାଜ୍ୟ
ଭଳି ସାରା ଦେଶରେ ହେଉଛି ପ୍ରାକ୍ ଜନ ଗଣନା ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ
ଶିକ୍ଷକ କରିବେ ଗଣନା। ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା।ଜିଲ୍ଲା ଜନଗଣନା ତଥ୍ୟ
ସମନ୍ବିତ ପୁସ୍ତକ ରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା, ବିସ୍ତୃତ ଜନସଂଖ୍ୟା
ସମ୍ବନ୍ଧୀୟ, ସାମାଜିକ ଓ ଅର୍ଥନୈତିକ ସୂଚନା ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା