
ଭୁବନେଶ୍ୱର, 10 ନଭେମ୍ବର (ହି.ସ) । ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏନ୍. ଗୋପାଳନ ନୁଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ଏକ ରାଜନୈତିକ ଦଳ ଦ୍ୱାରା ଲଗାଇଥିବା ଇଭିଏମ ଚୋରି ଏବଂ ଅବୈଧ ପରିବହନ ଅଭିଯୋଗକୁ ପ୍ରମାଣ ସହ ଖଣ୍ଡନ କରି, ସେଗୁଡିକୁ “ଭିତ୍ତିହୀନ ଏବଂ ଅସମ୍ଭବ” ବୋଲି କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନାହିଁ।
ସେ କହିଛନ୍ତି ଯେ, ଗତକାଲି ସଂଧ୍ୟାରେ ନୂଆପଡ଼ାକୁ ବାହାରୁ କୌଣସି ମେସିନ୍ ଆସିନାହିଁ’ । ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । -ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ ମାସରେ ଥରେ ଲେଖାଏ ଯାଞ୍ଚ କରାଯାଏ । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରୁହନ୍ତି । ସେ କହିଛନ୍ତି ଯେ, ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା
ସେ କହିଛନ୍ତି ଯେ ଏଯାଏ ଇଭିଏମ ବିରୋଧୀ ଗୋଟିଏ ଅଭିଯୋଗ ପ୍ରମାଣିତ ହୋଇନାହିଁ । ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଥିବା ସେ ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଗତକାଲି ବିଜେଡି ଇଭିଏମ ଚୋରିର ଅଭିଯୋଗ ଆଣିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ