
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ମାଣ୍ଡିଆ ଦିବସର
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ମାଣ୍ଡିଆ ଦିବସ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମାଣ୍ଡିଆ
ଆମ ଓଡ଼ିଶାର ଗୌରବ, ଆମ ଚାଷୀ ଭାଇ ଭଉଣୀଙ୍କ ପରିଶ୍ରମର ଫଳ ଏବଂ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର
ଗୁରୁତ୍ୱପୂର୍ଣ୍ଣ ଅଂଶ । ଆସନ୍ତୁ, ଏହାର ପ୍ରଚାର ପ୍ରସାର କରି ସୁସ୍ଥ, ସମୃଦ୍ଧ ଏବଂ
ବିକଶିତ ଓଡ଼ିଶା ଗଠନ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା