ପ୍ରାଚୀନ ଓଡିଆ ଫିଲ୍ମ ସରଂକ୍ଷଣ କରିବା କାର୍ଯ୍ୟ ଆରମ୍ଭ କଲା ଏଫଆଇଏଏଫ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.) - ପ୍ରାଚୀନ ଓଡିଆ ଫିଲ୍ମ ସରଂକ୍ଷଣ କରିବା କାର୍ଯ୍ୟ ଆରମ୍ଭ କରିଛି ଏଫଆଇଏଏଫ। ଓଡ଼ିଆ ସିନେମା ବାବଦରେ ବହୁ କମ ଲୋକ ଜାଣନ୍ତି । ସବୁଠୁ ଦୁଃଖର ବିଷୟ ଓଡ଼ିଶାରେ ଫିଲ୍ମ ସରଂକ୍ଷଣ ନେଇ କୌଣସି ଜ୍ଞାନ ହିଁ ନାହିଁ ।ଏପରିକି ଏନେଇ କୌଣସି ପଲିସି ମଧ୍ୟ ନାହିଁ।
ପ୍ରାଚୀନ ଓଡିଆ ଫିଲ୍ମ ସରଂକ୍ଷଣ     କରିବା କାର୍ଯ୍ୟ ଆରମ୍ଭ କଲା ଏଫଆଇଏଏଫ


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)

- ପ୍ରାଚୀନ ଓଡିଆ ଫିଲ୍ମ ସରଂକ୍ଷଣ କରିବା କାର୍ଯ୍ୟ ଆରମ୍ଭ କରିଛି ଏଫଆଇଏଏଫ। ଓଡ଼ିଆ

ସିନେମା ବାବଦରେ ବହୁ କମ ଲୋକ ଜାଣନ୍ତି । ସବୁଠୁ ଦୁଃଖର ବିଷୟ ଓଡ଼ିଶାରେ ଫିଲ୍ମ ସରଂକ୍ଷଣ ନେଇ

କୌଣସି ଜ୍ଞାନ ହିଁ ନାହିଁ ।ଏପରିକି ଏନେଇ କୌଣସି ପଲିସି ମଧ୍ୟ ନାହିଁ। ଓଡ଼ିଆ ଫିଲ୍ମ ମାୟା ମୃଗ

ଜାପାନର ଓଜୋମ ଫିଲ୍ମ ସହ ସମାନ । ତେଣୁ ଓଡ଼ିଆ ଫିଲ୍ମ ସରଂକ୍ଷଣ ନେଇ ସଚେତନତା ଜରୁରୀ ବୋଲି ଏଫଆଇଏଏଫର

ପ୍ରତିଷ୍ଠାତା ଶିବେନ୍ଦ୍ର ସିଂ କହିଛନ୍ତି ।

ଏଥିପାଇଁ ଭୁବନେଶ୍ୱରରେ ଏକ କର୍ମଶାଳା ଆୟୋଜନ କରାଯାଉଛି । 12 ତାରିଖରୁ 19 ତାରିଖ କଳାଭୂମି ଠାରେ ଏହି କର୍ମଶାଳା ଆୟୋଜନ କରାଯାଇଛି।

ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ । ଏଠାରେ ଫିଲ୍ମ ଜଗତର ବହୁ ମାନ୍ୟଗଣ୍ୟ

ବ୍ୟକ୍ତି ଯୋଗଦେବେ । ପ୍ରାଚୀନ ଓଡିଆ ଫିଲ୍ମ ସରଂକ୍ଷଣ ନେଇ ଏଠାରେ ସଚେତନତା କରାଯିବ । ଆମର

ଲକ୍ଷ୍ୟ ସବୁ କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ହେବା ଜରୁରୀ । ରାଜ୍ୟ

ସରକାରଙ୍କୁ ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଛି ଏଠି ଓଡ଼ିଆ ଫିଲ୍ମର ଏକ ଆର୍କାଇଭତିଆରି କରିବା ପାଇଁ ।

ରାଜ୍ୟର ସଂସ୍କୃତି ପ୍ରସାର ପ୍ରଚାର ପାଇଁ ଫିଲ୍ମ ପାଇଁ ଏକ ନିୟମ ରହିବା ଆବଶ୍ୟକ ବୋଲି

ସେ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande