
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ମାଣ୍ଡିଆ ଦିବସର
ଶୁଭେଚ୍ଛା ଜଣାଇ ପ୍ରତିଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବାକୁ ପ୍ରଭାତି ପରିଡା ଆହ୍ୱାନ
ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ଖାଦ୍ୟ
ମଧ୍ୟରେ ‘ମାଣ୍ଡିଆ’ ସବୁବେଳେ ପ୍ରମୁଖ ସ୍ଥାନ
ନେଇଆସିଛି । ବିଭିନ୍ନ ଖାଦ୍ୟସାରରେ ଭରପୁର ମାଣ୍ଡିଆ ଏବେ କେବଳ ଗ୍ରାମାଞ୍ଚଳରେ ସୀମିତ ନରହି
ସମସ୍ତଙ୍କ ପ୍ରିୟ ଖାଦ୍ୟ ହୋଇପାରିଛି ।
ପ୍ରଭାତି ପରିଡା କହିଛନ୍ତି
ଯେ, ଆମ ଓଡ଼ିଶାର ମା‘ମାନେ ନିଜ ବୁଦ୍ଧି ବଳରେ ମାଣ୍ଡିଆରୁ ବିଭିନ୍ନ ପ୍ରକାର
ଖାଦ୍ୟ ପ୍ରସ୍ତୁତ କରି ଏବଂ ଏସବୁକୁ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ‘ମାଣ୍ଡିଆ ଦିବସ’
ଅବସରରେ ଆସନ୍ତୁ ପ୍ରତିଦିନ ଖାଦ୍ୟରେ ମାଣ୍ଡିଆକୁ
ସାମିଲ କରିବା ସହ ଏହାର ପ୍ରଚାର ପ୍ରସାର କରିବା ଏବଂ ସୁସ୍ଥ ସମାଜ ନିର୍ମାଣରେ ସହାଭାଗୀ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା