
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)ମାଣ୍ଡିଆ ଗୋଟେ ସମ୍ପୂର୍ଣ୍ଣ
ଅନ୍ନ- କେନ୍ଦ୍ର କୃଷି ମନ୍ତ୍ରୀ
- ଭୁବନେଶ୍ୱରରେ
ପହଂଚିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଭୁବନେଶ୍ୱରରେ ପହଂଚିବା ପରେ ପ୍ରତିକ୍ରିୟା
କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସମ୍ପୂର୍ଣ୍ଣ ଅନ୍ନ। ଏହା ପୋଷଣତତ୍ୱରେ ଭରପୁର ଏହା ନା କେବଳ
ଶରୀରକୁ ପୋଷଣ ଦିଏ ପାଟି ପାଇଁ ସୁଆଦିଆ ଓ ମାଟିର ଉର୍ବରତା ପାଇଁ ଉପଯୋଗୀ। କମ ପାଣି ଓ ଖରାପ
ମାଟିରେ ମଧ୍ୟ ଏହା ଉତ୍ପାଦନ ହୁଏ । ଆଗମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ ।
ପ୍ରଧାନନନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟସର ପ୍ରଚାରପ୍ରାସର ପାଇଁ ଯଥେଷ୍ଟ ପ୍ରଚେଷ୍ଟା କରାଯାଉଛି।
ଆଜି ମାଣ୍ଡିଆ ଦିବସ ଅବସରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ଏହି ଦିବସ ପାଳନ କରିବ ପାଇଁ।
ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର ଓ ଅନ୍ୟନ୍ତ୍ୟ ବ୍ୟବସ୍ଥ ପାଇଁ କାର୍ଯ୍ୟ କରିବାର
ଅଛି। ଶ୍ରୀଅନ୍ନର ଏକ୍ସପୋର୍ଟ ମଧ୍ୟ ହେଉଛି
ଏହାକୁ ଆହୁରି ବୃଦ୍ଧି କରିବୁ। ପ୍ରୋସେସିଂ, ପ୍ୟାକେଜିଂ ବ୍ରାଣ୍ଡିଂ, ଓ ମାର୍କେଟିଂ ରେ ଅଧିକ ଧ୍ୟାନ ଦେବୁ ଯେପରିକି କୃଷକଙ୍କ ଆୟ ବୃଦ୍ଧି
ପାଇବ । ଶ୍ରୀଅନ୍ନ କାର୍ଯ୍ୟକ୍ରମ ପରେ ମୁଁ ଚାଷୀଙ୍କ ସହ ବିଲ ଜମିରେ ବସିକି ଆଲୋଚନା କରିବି ।
ପ୍ରଧାନନନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାକୁ ନେଇ କଟକ ଆଇସିଆର ସଂସ୍ଥାନରେ ରାଜ୍ୟ ସରଜାର , ଚାଷୀ ଓ ବୈଜ୍ଞାନିକଙ୍କ
ସହ ଆଲୋଚନା କରିବି। ଆଜି ଦିନ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ମୁଖ୍ୟମନ୍ତ୍ରୀ ଓ
କୃଷିମନ୍ତ୍ରୀଙ୍କୁ ମିଲେଟସର ପ୍ରଚାର ପ୍ରସାର ପାଇଁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର କୃଷି
ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା