ମାନବ ସମାଜର ପୋଥି ହିଁ ଯଥାର୍ଥ ଗୁରୁ ଓ ପୁସ୍ତକ ମଧ୍ୟ ପ୍ରକୃତ ବନ୍ଧୁ ତଥା ଦାର୍ଶନିକ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ପୋଥି ଓ ପୁରାଣ ଆମର ଗୁରୁ ଭଳି ଆମକୁ ପ୍ରେରଣା ଦିଏ ଏବଂ ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ଓ ଦାର୍ଶନିକ। ଉତମ ପୁସ୍ତକ ସଚ୍ଚରିତ୍ର ବ୍ୟକ୍ତିତ୍ୱ ଗଠନ କରେ। ଏଣୁ ପୁସ୍ତକ ପଠନ ,ପ୍ରତ୍ୟେକ ମଣିଷ ପାଇଁ ନିତାନ୍ତ ଜରୁରୀ ଏବଂ ଭଲ ବହିଟିଏ ପାଇବା ପାଇଁ ପୁସ୍ତକ ମେଳାର ସମ୍
BHADRAK MOHASTAV & PUSTAK MELA 3RD EVENING


ଭଦ୍ରକ, ୧୨ ନଭେମ୍ବର (ହି.ସ.) - ପୋଥି ଓ ପୁରାଣ ଆମର ଗୁରୁ ଭଳି ଆମକୁ ପ୍ରେରଣା ଦିଏ ଏବଂ ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ଓ ଦାର୍ଶନିକ। ଉତମ ପୁସ୍ତକ ସଚ୍ଚରିତ୍ର ବ୍ୟକ୍ତିତ୍ୱ ଗଠନ କରେ। ଏଣୁ ପୁସ୍ତକ ପଠନ ,ପ୍ରତ୍ୟେକ ମଣିଷ ପାଇଁ ନିତାନ୍ତ ଜରୁରୀ ଏବଂ ଭଲ ବହିଟିଏ ପାଇବା ପାଇଁ ପୁସ୍ତକ ମେଳାର ସମ୍ପ୍ରତି ଆବଶ୍ୟକ ରହିଛି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କବି ବଂଶୀ ବଲ୍ଲଭ ଗୋସ୍ୱାମୀ ସ୍ମୃତିରେ ଉତ୍ସର୍ଗୀତ ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ ଜ୍ଞାନ ର ସାରଥି: ପୁସ୍ତକ ଓ ପୋଥି’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ଉପଦେଷ୍ଟା ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭଦ୍ରକ ଜିଲ୍ଲା ଉପନିବନ୍ଧକ ଗୁରୁ ଚରଣ ମଲ୍ଲ ଓ ବିଶିଷ୍ଟ ଚିକିତ୍ସାବିତ୍ ତଥା ସଂଗଠକ ଡାକ୍ତର ପ୍ରଦୀପ କୁମାର ନାୟକ ବିଶିଷ୍ଟ ଅତିଥି, ନାଟ୍ୟଶ୍ରୀ ନିର୍ମଳ ରାଉତ ମୁଖ୍ୟ ବକ୍ତା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଞ୍ଜିତା ସ୍ୱାଇଁ, ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ ବରେଣ୍ୟ ଅତିଥି ଏବଂ ପ୍ରକୃତିବନ୍ଧୁ ତଥା ଶିକ୍ଷକ ସରୋଜ କୁମାର ଓଝା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବର ଉପସଭାପତି ତଥା ଶିକ୍ଷକ ନେତା ପ୍ରଭାକର ପରିଡ଼ା ଅତିଥି ପରିଚୟ, ଟ୍ରଷ୍ଟ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ,ଓ ସମ୍ପାଦକ ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଅଧିବେଶନ ପୂର୍ବରୁ ଶିକ୍ଷକ ସମୀର କୁମାର ଜେନା, ଦମୟନ୍ତୀ ରାଉତ ଓ ମମତା ବଳଙ୍କ ପରିଚାଳନାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଦମୟନ୍ତୀ ରାଉତ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ, ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତି, ଜାନକୀ ପାଢ଼ୀ , ମନୋରମା ରାୟ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର, ମିଡିଆ ସେଲ୍ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଉପଦେଷ୍ଟା ବାବୁଲାଲ ଦାସ,ଡା. ଅନିଲ କୁମାର ଦାଶ,ସୁଶ୍ରୀ ଅଞ୍ଜନା ମିଶ୍ର, କଳ୍ପନା ଜେନା ପ୍ରମୁଖ ମଂଚ ଓ ଉତ୍ସବ ପରିଚାଳନା କରିଥିଲେ। ଲଳିତ କଳା ଏକାଡେମୀ, ଚରମ୍ପା ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande