ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା
ଚମ୍ପୁଆ,12 ନଭେମ୍ବର (ହି.ସ.)ମୋବାଇଲ ପାଇଁ ମାମୁଁ ଘରେ ବେକରେ ଫାଶୀ ଲଗାଇ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ବାଲେଶ୍ୱର ଗ୍ରାମର ଫକିର ମହାନ୍ତ ଙ୍କ ପୁଅ ଶୈଳେନ୍ଦ୍ର ମହାନ୍ତ (୧୭) । ସେ ନିଜ ମାମୁଁ ଘରେ କାଶିପାଳ ପଞ୍ଚାୟତ ଗୁଳୁଦିପଶି ଗ୍ରାମର
ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା


ଚମ୍ପୁଆ,12 ନଭେମ୍ବର (ହି.ସ.)ମୋବାଇଲ ପାଇଁ ମାମୁଁ ଘରେ ବେକରେ ଫାଶୀ ଲଗାଇ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ବାଲେଶ୍ୱର ଗ୍ରାମର ଫକିର ମହାନ୍ତ ଙ୍କ ପୁଅ ଶୈଳେନ୍ଦ୍ର ମହାନ୍ତ (୧୭) । ସେ ନିଜ ମାମୁଁ ଘରେ କାଶିପାଳ ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ମାଆଙ୍କ ସହିତ ରହି ଗ୍ରାମରେ ଥିବା ଆଇଟିଆଇ ରେ ପାଠ ପଢୁଥିଲେ । ମିଳିଥିବା ସୂଚନା ଅନୁସାରେ ମୋବାଇଲ ଖରାପ ହୋଇଥିବାରୁ ଗତ କାଲି ସକାଳେ ନୂଆ ମୋବାଇଲ ପାଇଁ ନିଜ ମାଆଙ୍କ ନିକଟରେ ଅଳି କରିଥିଲେ । ତେବେ ସଙ୍ଗେ ସଙ୍ଗେ ମୋବାଇଲ କିଣି ଦେବାକୁ ମାଆ ଅସମର୍ଥ ହେବାରୁ ଦିନ ପ୍ରାୟ ସାଢ଼େ ୧୦ ଘଟିକା ସମୟରେ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ଗାମୁଛାରେ ଫାଶି ଲଗାଇ ଝୁଲି ପଡିଥିଲେ । ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଗଛରୁ ଉଦ୍ଧାର କରି ନିକଟସ୍ଥ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାରିଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଶୈଳେନ୍ଦ୍ର ନିଜ ପିତା ମାତାଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ଏହି ଘଟଣା ଯୋଗୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande