
ଜୟପୁର, 12 ନଭେମ୍ବର (ହି.ସ.) ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଲକାପୁଟ ନୁଆଗୁଡା ଗ୍ରାମର ଜଗନ୍ନାଥ ହରିଜନ ଓ ରଣ୍ଡାପାଲ୍ଲିର ବିିପ୍ର ବାଲା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ପଲକାପୁଟ ନୁଆଗୁଡା ଓ ରଣ୍ଡାପାଲ୍ଲିରେ ଚଢାଉ କରିଥିଲା । ଚଢାଉ କରି ୨୮ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି