କେନ୍ଦୁଗୁଡାରେ ଝାଡ଼ାବାନ୍ତି ଆତଙ୍କ, ଦୁଇ ମୃତ, 16 ଆକ୍ରାନ୍ତ
ଜୟପୁର, 12 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କେନ୍ଦୁଗୁଡାରେ ଝାଡ଼ାବାନ୍ତି ଆତଙ୍କ । ଏକ ସପ୍ତାହ ମଧ୍ୟରେ ଗାଁ ରେ ଝାଡ଼ାବାନ୍ତିରେ 18 ଜଣ ଆକ୍ରାନ୍ତଙ୍କ ହୋଇ ଥିବା ବେଳେ ସେଥି ମଧ୍ୟରୁ ଦୁଇ ମହିଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି l ମୃତକ ଦୁଇ ଜଣ ମହିଳା କେନ୍ଦୁଗୁଡାର 35 ବର୍ଷୀୟ
କେନ୍ଦୁଗୁଡାରେ ଝାଡ଼ାବାନ୍ତି ଆତଙ୍କ, ଦୁଇ ମୃତ, 16 ଆକ୍ରାନ୍ତ,


ଜୟପୁର, 12 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କେନ୍ଦୁଗୁଡାରେ ଝାଡ଼ାବାନ୍ତି ଆତଙ୍କ । ଏକ ସପ୍ତାହ ମଧ୍ୟରେ ଗାଁ ରେ ଝାଡ଼ାବାନ୍ତିରେ 18 ଜଣ ଆକ୍ରାନ୍ତଙ୍କ ହୋଇ ଥିବା ବେଳେ ସେଥି ମଧ୍ୟରୁ ଦୁଇ ମହିଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି l ମୃତକ ଦୁଇ ଜଣ ମହିଳା କେନ୍ଦୁଗୁଡାର 35 ବର୍ଷୀୟ ଫୁଲମତି ଘସର୍ଲୀଆ ଏବଂ 51 ବର୍ଷୀୟ ହୀରାଦେବୀ ଘସର୍ଲୀଆ l ଝାଡ଼ାବାନ୍ତି ବ୍ୟାପିବାର କାରଣ କଣ ରହିଛି ତାହା ଜଣାପଡ଼ିନଥିବା ବେଳେ ଦୂଷିତ ପାଣି ଯୋଗୁ ଏହିଭଳି ପରିସ୍ଥିତି ଉପୁଜିଥିବା ଆନୁମାନ କରାଯାଇଛି । କୁନ୍ଦୁରା ମେଡିକାଲ ଟିମ ଗାଁ ରେ କ୍ରୋମାଗତ ଭାବେ ତଦନ୍ତ କରୁଛି ଏବଂ ଗାଁ ର ବିଭିନ୍ନ ସ୍ଥାନର ପିଇବା ପାଣି ନମୁନା ସଂଗ୍ରହ କରିଛି l ରିପୋର୍ଟ ଆସିଲେ ତାହା ସ୍ୱଷ୍ଟ ହେବ ଜଣା ପଡିଛି l ଆକ୍ରାନ୍ତଙ୍କ ମଧ୍ୟରୁ ଯୋଗେଶ ଗୋରାହାଣ୍ଡିଆ, ରତ୍ନବତି ଭୂମିଆ, ଜିତେନ୍ଦ୍ର ପୂଜାରୀ,ଦେବେନ୍ଦ୍ର ଭୂମିଆ,ବାସୁ ଭୂମିଆ,ରିନା ପୂଜାରୀ, ଏବଂ ଫୁଲମତି ମସିଆ ପ୍ରମୁଖ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି l ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କୁ ପଚାରିବାରୁ ସେହି କହିଛନ୍ତି ଯେ, ଗାଁ ପ୍ରତି ତିକ୍ଷ୍ଣ ନଜର ରଖାଯାଇଛି l ପ୍ରତିଦିନ ଦୁଇ ବେଳା ଡାକ୍ତରୀ ଦଳ ଯାଇ ସ୍ଥିତି ନିରୀକ୍ଷଣ କରୁଛନ୍ତି l ଗାଁରେ ଅଧିକ ଯେପରି ନ ବ୍ୟାପିବ ସେଥିପାଇଁ ଗ୍ରାମବାସୀଙ୍କୁ ସଚେତନ କୋରାଯଉଛି l ଔଷଧ ଓ ଆର ଏସ ଆଦି ଯୋଗାଇ ଦିଆଯାଉଛି l ଆକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ରୋଗୀଙ୍କୁ ମେଡିକାଲ୍ ଆଣିବା ପରିବର୍ତ୍ତେ ଶିରା,ଗୁଣିଆକୁ ପାଖକୁ ନିଆଯାଉଛି l ବହୁ ବିଳମ୍ବରେ ଓ ସ୍ଥିତି ଅଣାୟତ ହେବା ପରେ ମେଡିକାଲ୍ କୁ ଅଣାଯାଉଛି I ତେଣୁ ଗାଁ ରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି l ଖବର ପାଇ କୋରାପୁଟ ଡି ପି ଏମ୍ ଏବଂ ଆଶା ମ୍ୟାନେଜର ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande