
ବଲାଙ୍ଗୀର, ୧୨ ନଭେମ୍ବର(ହି.ସ.) – ବଲାଙ୍ଗୀର ସହରର ରାଧାରାଣୀପଡା ତାଳଭବନ ଓଡିଶା ଭାଷା ସାହିତ୍ୟ ସାଂସ୍କୃତିକ ବିଭାଗ ଆନୁକୁଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଅନୁଷ୍ଠିତ ଦିକ୍ଷାନ୍ତ କାର୍ଯ୍ୟକ୍ରମ ଶୁଭ ଉଦ୍?ଘାଟିତ ହୋଇଯାଇଛି। ଡ. ଗୁରୁଶ୍ରୀ ଘାସିରାମ ମିଶ୍ର ଏହି ସଭାକୁ ଆୟୋଜନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରଶ୍ମି ରଂଜନ ମିଶ୍ର, ଓଡିଶା ସଂଗୀତ ନାଟ୍ୟ ଏକାଡେମୀ ନବୀନ କୁଅଁର, ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ସଭାପତି ଜୟକୃଷ୍ଣ ମିଶ୍ର ଏବଂ ସାମ୍ବାଦିକ ମୁକେଶ ବହିଦାର ମଂଚାସିନ ହୋଇଥିଲେ। ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲାର କଣ ଅନୁକୋଣ ଗାଁ ର ଏବଂ ସହରର ଯୁବ କଳାକାର ୧୦ ଜଣ ଦିର୍ଘ ପାଂଚ ମାସ ବାଦ୍ୟଯନ୍ତ୍ର ଓ ଗୀତ, ନାଚ ଓ ତାଳରେ ପ୍ରଶିକ୍ଷଣ ନେବେ। ଏ ପ୍ରଶିକ୍ଷଣକୁ ଶିକ୍ଷା ପ୍ରଦାନ କରିବେ ଗୁରୁଶ୍ରୀ ଘାସିରାମ ମିଶ୍ର। ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଆୟୋଜନ ହୋଇଥିବା ବେଳେ ଆଜି ବଲାଙ୍ଗିର ରେ ସ୍ଥାନ ପାଇଥିବାରୁ ବଲାଙ୍ଗିର ର କଳାକାରମାନେ ଉପକୃତ ହେବେ ବୋଲି ଏବଂ ରାଜ୍ୟ ବାହାରୁ ବଲାଙ୍ଗିର ରେ ଲୋପ ପାଇଯାଉଥିବା ନୃତ୍ୟ ଯାହାକି ବଜନିଆ ତାହା ଏବେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ସାମିଲ ହେବ। ଏଥିରେ ବାସୁ ସା, ପ୍ରଶାନ୍ତ ମହାକୁର, ଆହ୍ୱାନ ସା, ରୋଶନ ପ୍ରଧାନ, ସଂଜୟ ସାହୁ, ଟିକୁ କୁମ୍ଭାର, ପ୍ରତ୍ୟୁଷ କୁମାର ସା, ନିଳମଣି ପରୁଆ, ତ୍ରିନାଥ ବରିହା, ରାଧାରାଣି ମିଶ୍ର । ଶେଷରେ ବିଦ୍ୟା ବାଗିଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ