ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଏନଆରଜିଏସ ଟଙ୍କା ଅନ୍ୟ ଆକାଉଂଟ ଜରିଆରେ ହଡପ, ବିଡିଓଙ୍କ ତଦନ୍ତ ଆରମ୍ଭ
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧିନ ବୟାଙ୍ଗଡିହ ପଂଚାୟତର ସଇଦଜାଫର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମିତ ଘର ସମ୍ବନ୍ଧୀୟ ଏନଆରଜିଏସ ଟଙ୍କା ହଡପ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି। ଆବାସ ନିର୍ମାଣ ସମାପ୍ତ ହେବା ପରେ ଏହି ଟଙ୍କା ଅନ୍ୟ ଆକାଉଂଟ ମାଧ୍ୟମରେ ପଂଚା
PRADHAN MANTRI AWAS YOJANA DURNITI


ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧିନ ବୟାଙ୍ଗଡିହ ପଂଚାୟତର ସଇଦଜାଫର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମିତ ଘର ସମ୍ବନ୍ଧୀୟ ଏନଆରଜିଏସ ଟଙ୍କା ହଡପ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି। ଆବାସ ନିର୍ମାଣ ସମାପ୍ତ ହେବା ପରେ ଏହି ଟଙ୍କା ଅନ୍ୟ ଆକାଉଂଟ ମାଧ୍ୟମରେ ପଂଚାୟତର ଏଡିଓ (ଗ୍ରାମ ରୋଜଗାର ସାଥୀ) ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସଇଦଜାଫର ଗ୍ରାମର ଶିବରାମ ବେହେରାଙ୍କ ପୁଅ ପ୍ରଫୁଲ୍ଲ ବେହେରା ୨୦୧୭–୧୮ ଆର୍ôଥକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରି ସମ୍ପୂର୍ଣ୍ଣ ଟଙ୍କା ଗ୍ରହଣ କରିଥିଲେ। ତାଙ୍କ ନାମରେ ଜାରି ହୋଇଥିବା ଏନଆରଜିଏସ ମଜଦୁର ଟଙ୍କା କିନ୍ତୁ ତାଙ୍କ ଆକାଉଂଟକୁ ଯାଇନଥିଲା, ବରଂ ଅନ୍ୟ ଆକାଉଂଟକୁ ପଠାଇଦିଆଯାଇଥିଲା। ଅଭିଯୋଗ ଅନୁସାରେ, ମୋଟ ୧୭,୪୭୨ ଟଙ୍କା ରାଶି ଆମ୍ବିଳିଗାଁ ଗ୍ରାମର ୪ ଜଣ ବ୍ୟକ୍ତିଙ୍କ ଆକାଉଂଟକୁ ପହଂଚିଥିଲା। ପ୍ରତ୍ୟେକ ଜଣଙ୍କ ନାମରେ ୪,୩୬୮ ଟଙ୍କା ଲେଖା ଯାଇଥିବା ଜଣାଯାଇଛି। ଏହି ଘଟଣା ସମ୍ବନ୍ଧରେ ଗ୍ରାମ ରୋଜଗାର ସାଥୀ ଗୌରାଙ୍ଗ ସେଠୀଙ୍କ ନାମରେ ଅଭିଯୋଗ ହୋଇଛି। ଦିନମଜୁରୀୟା ପ୍ରଫୁଲ୍ଲ ବେହେରା ଏନେଇ ଧାମନଗର ବିଡ଼ିଓଙ୍କ ପାଖରେ ଲେଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ଧାମନଗର ବିଡ଼ିଓ ବନବିହାରୀ ଦିନ୍ଦା ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଦୁର୍ନୀତିସହ ଜଡିତ ଅଧିକାରୀଙ୍କ ଉପରେ କଠୋର ପଦକ୍ଷେପ ନିଆଯିବ। ଏନେଇ ଗୌରାଙ୍ଗ ସେଠୀଙ୍କୁ ପଚାରିବାରୁ କହିଛନ୍ତି ପ୍ରଫୁଲ୍ଲ ବେହେରାଙ୍କ ନାମରେ ଟଙ୍କା ଆସିଥିବା ନେଇ ବାରମ୍ବାର ଜଣାଇଲେ ସେ ଟଙ୍କା ଉଠାଇନଥିଲେ, ଏଣୁ ଟଙ୍କା ଅନ୍ୟ ଆକାଉଂଟକୁ ପଠାଇଦିଆଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande