
ମାଲକାନଗିରି , 12 ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ୍ ଆଜି ଉଦଘାଟନ ହୋଇଯାଇଛି । ଅତିରିକ୍ତ ଜିଲ୍ଲପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସବ୍ ରେଜିଷ୍ଟ୍ରେସନ ଅଫିସ୍ ଉଦଘାଟନ କରିଥିବା ବେଳେ କାଲିମେଳା ତହସିଲଦାର ରାମକୃଷ୍ଣ ସତ୍ୟ ରାଜଗୁରୁ ସବ୍ ରେଜିଷ୍ଟ୍ରେସନ ଅଧିକାରୀ ଭାବେ ଯୋଗ ଦେଇଥିଲେ । କାଲିମେଳା ତହସିଲ ଅଞ୍ଚଳବାସୀ ପୂର୍ବରୁ ବିଭିନ୍ନ ରେଜିଷ୍ଟ୍ରେସନ କାମ ପାଇଁ ମୋଟୁ ତହସିଲ ଉପରେ ନିର୍ଭର ଥିବା ବେଳେ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ତେବେ ବର୍ତ୍ତମାନ ତହସିଲ ସୀମା ବାହାରେ ନ ଯାଇ ନିଜ ନିଜ ତହସିଲରେ ଜମି ପଞ୍ଜିକରଣ କିମ୍ବା ଜମି କିଣାବିକା ଏବଂ ଅନ୍ୟାନ୍ୟ ରେଜିଷ୍ଟ୍ରେସନ କାମ କରାଯାଇ ପାରିବ । ଏହା ଲୋକଙ୍କ ପାଇଁ ବହୁ ସୁବିଧା ଯୋଗେଇବା ସହ ଜମି କିଣାବିକାରେ ଲୋକେ ତ୍ରାହି ପାଇବେ । ସବୁ ମଙ୍ଗଳବାର ଏବଂ ବୁଧବାର ଦିନ ଏହି ରେଜିଷ୍ଟ୍ରେସନ କାମ କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ