
ମାଲକାନଗିରି, ୧୨ ନଭେମ୍ବର (ହି.ସ.)ସରକାରଙ୍କ ଉଦ୍ୟମ ରେ ମାଲକାନଗିରି ଜିଲ୍ଳାର କାଲିମେଳା, ପଡିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଲକାନଗିରି ଏଵଂ ମାଥିଲି ବ୍ଲକ୍ ଆଦିର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ପିଇଓ, ଏଡିଓ ଏଵଂ ଜିଆରଏସ ଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ନେତୃତ୍ୱ ର ଗଠନ ମାଧ୍ୟମରେ ପଞ୍ଚାୟତ ର ନିଜ ରାଜସ୍ବ ବୃଦ୍ଧି ନିମନ୍ତେ ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି,! ଗ୍ରାମ ପଞ୍ଚାୟତ ର ବିକାଶ ଉଦ୍ଦେଶ୍ୟରେ ଲୋକ ପ୍ରତିନିଧି ଏଵଂ ଅଫିସିଆଲ୍ ଙ୍କୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ୪ଟି ବ୍ୟାଚ ମାଧ୍ୟମରେ ୮ ଦିନିଆ ତାଲିମ୍ ଶିବିର ଆୟୋଜନରେ ସମୁଦାୟ ୨୧୬ ଜଣ ଙ୍କୁ ପ୍ରଶିକ୍ଷଣ ଦିଆ ଯାଇ ଥିଲା। ଏହି ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚାଲିଥିଲା।
ପ୍ରଶିକ୍ଷଣ ର ଉଦଯାପନୀ କାର୍ଯକ୍ରମ ରେ ମୂଖ୍ୟ ଅତିଥି ରୂପେ ସଡ଼ିଓ କମ ଈଓ ନରେଶ ଚନ୍ଦ୍ର ଶବର ଙ୍କ ସମେତ ସମ୍ମାନୀତ ଅତିଥି ଭାବରେ ଏପିଡି ଅର୍ଥ ମାନସ ମିଶ୍ର, ଆର ଜି ଏସ ଡିପିମ ଅଶୋକ ସାହୁ ଉପସ୍ଥିତ ରହି ସମସ୍ତ ଙ୍କୁ କାର୍ଯ୍ୟକ୍ରମ ର ଜରୁରୀ ଦିଗ ପ୍ରତୀ ଧ୍ୟାନ ଆକର୍ଷଣ କରିଥିଲେ, ଏଥିରେ ପୋର୍ଗ୍ରାମ୍ ମ୍ୟାନେଜର ହିମାଂଶୁ ଭୁଷଣ ମହାରଣା ଶିବିର ର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ପ୍ରଶିକ୍ଷାର୍ଥି ଙ୍କୁ ଅବଗତ କରାଇଥିଲେ।
ଏହି ତାଲିମ୍ ଶିବିରରେ ଆସିଥିବା ସମସ୍ତ ସରପଞ୍ଚ ଏଵଂ ଅଫିସିଆଲ୍ ଙ୍କ ନେତୃତ୍ବ ମାଧ୍ୟମରେ ଗ୍ରାମ ପଞ୍ଚାୟତ ର ନିଜ ରାଜସ୍ବ ବୃଦ୍ଧି ସମ୍ଭବ ଏହି ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ଦିଆଯାଇଥିଲା। ଏହି ଶିବିରରେ ତାଲିମ୍ ଦାତା ଭାବରେ କସମସ୍ ତିର୍କୀ, ବିନାଶ କୁମାର ମିଶ୍ର, ଜଗନ୍ନାଥ ମଣ୍ଡଳ, ଶୁଭଲକ୍ଷ୍ମୀ ସ୍ଵାଇଁ, ସୁଜତା ବିଶ୍ଵାସ ଆଦି ପ୍ରେରଣାଦାୟୀ ଏବଂ ତଥ୍ୟ ମୂଳକ ତାଲିମ୍ ଦେଇଥିଲେ।
ତାଲିମ୍ ଶିବିର ପରେ ପ୍ରଶିକ୍ଷଣ ପାଇଥିବା ସମସ୍ତ ସରପଞ୍ଚ ଏଵଂ ଅଫିସିଆଲ୍ ମାନେ ନିଜ ନିଜ ଅଞ୍ଚଳ ରେ ଜନସାଧାରଣଙ୍କୁ ସଚେତନ କରି ନିଜ ଜ୍ଞାନ ଓ ଅନୁଭବ କୁ ବ୍ୟବହାର କରି ଗ୍ରାମ ପଞ୍ଚାୟତ ର ନିଜ ରାଜସ୍ୱ ବିକାଶର ଦାୟିତ୍ଵ ନେବେ।
ଏହି କାର୍ଯ୍ୟକ୍ରମ କୁ ସଫଳ ଓ ସୁ ସଂଘଟିତ ଭାବେ ପରିଚାଳନା କରିବାରେ ବିନାଶ କୁମାର ମିଶ୍ର ଙ୍କ ନେତୃତ୍ୱ ରେ ବିଷ୍ଣୁ ପ୍ରସାଦ ସାହୁ, ଏନ. ଅହଲ୍ୟା, ବିଶ୍ଵନାଥ ମଣ୍ଡଳ, ରାଜକୁମାର ଦୁରୁଆ, ନିପିନ୍ଦ୍ର ଦୂରୁଆ ଓ ଜିଲ୍ଲା ପରିଷଦ ଏଵଂ ପଞ୍ଚାୟତ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟ ମାନେ ସହଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ