ପୌର ପରିଷଦ ଟେକ୍ସ କଲେକ୍ଟରଙ୍କୁ ନିଲମ୍ବନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର, ୧୩ ନଭେମ୍ବର (ହି.ସ.)- ବିଭାଗୀୟ କାର୍ଯ୍ଯରେ ଅବହେଳା ଓ ମନମାନି ଯୋଗୁଁ ଆଜି ସୋନପୁର ପୌର ପରିଷଦର ଟେକ୍ସ ଏଣ୍ଡ ଫି କଲେକ୍ଟର କୃଷ୍ଣ ଭକ୍ତ ନାଏକଙ୍କୁ ନିଲମ୍ବନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ l ପ୍ରକାଶ ଥାଉକି, ଗତକାଲି ଜିଲ୍ଲାର ସମସ୍ତ ପୌର ପରିଷଦ ଓ ବିଜ୍ଞ
ପୌର ପରିଷଦ ର ଟେକ୍ସ କଲେକ୍ଟର ଙ୍କୁ ନିଲମ୍ବନ କଲେ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟ କଲେକ୍ଟର


ସୁବର୍ଣ୍ଣପୁର, ୧୩ ନଭେମ୍ବର (ହି.ସ.)- ବିଭାଗୀୟ କାର୍ଯ୍ଯରେ ଅବହେଳା ଓ ମନମାନି ଯୋଗୁଁ ଆଜି ସୋନପୁର ପୌର ପରିଷଦର ଟେକ୍ସ ଏଣ୍ଡ ଫି କଲେକ୍ଟର କୃଷ୍ଣ ଭକ୍ତ ନାଏକଙ୍କୁ ନିଲମ୍ବନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ l

ପ୍ରକାଶ ଥାଉକି, ଗତକାଲି ଜିଲ୍ଲାର ସମସ୍ତ ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାର୍ଯ୍ଯ ତଦାରଖ ବେଳେ ଅନୁପସ୍ଥିତ ଥିବା ଟେକ୍ସ କଲେକ୍ଟର କୃଷ୍ଣ ଭକ୍ତ ନାଏକଙ୍କୁ ପ୍ରଥମେ ବିଭାଗୀୟ ଅଧିକାରୀ ଓ ପରେ ଜିଲ୍ଲାପାଳ ନିଜେ ବାରମ୍ବାର ଫୋନ୍ କଲା ସତ୍ତ୍ବେ ବି ଫୋନ ନ ଉଠାଇବା ଯୋଗୁଁ ଓ ଲୋକଙ୍କ ରାଜସ୍ବ ପାଣ୍ଠିରୁ ମାସକୁ ୮୨ ହଜାର ଟଙ୍କା ଦରମା ନେଇ ଲୋକଙ୍କ ସେବାରେ ଓ ସରକାରୀ କାର୍ଯ୍ଯରେ ଘୋର ଅବହେଳା କରିଥିବା ଓ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ଯୋଗୁଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଏ ପଦକ୍ଷେପ ନେଇଥିବା ଜଣାଯାଇଛି l ଆଜି ସକାଳ ୧୦ଟାରେ ଜିଲ୍ଲାପାଳ ଡଃ. ସାହୁ ପୁଣି ନିଜେ ପୌର ପରିଷଦ ଅଫିସରେ ପହଂଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ତଦାରଖ କରିଥିଲେ ଓ ସମ୍ପୃକ୍ତ କର୍ମଚାରୀ ଶ୍ରୀ ନାଏକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ନିଲମ୍ବନ କରିଥିବା ଖବର ମିଳିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande