
ନୂଆଦିଲ୍ଲୀ , 14ନଭେମ୍ବର (ହି.ସ)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଇଣ୍ଟରପୋଲର ସହାୟତାରେଉତ୍ତରାଖଣ୍ଡର ଜଣେ
ୱାଣ୍ଟେଡ୍ ଅଭିଯୁକ୍ତ ଜଗଦୀଶ ପୁନେଠାଙ୍କୁ ସଂଯୁକ୍ତ ଅରବ ଅମିରାତ (ୟୁଏଇ)ରୁ ପ୍ରତ୍ୟର୍ପଣ କରିଛି। ପୁନେଠାଙ୍କୁ ଗୁରୁବାର
ନୂଆଦିଲ୍ଲୀ ଅଣାଯାଇଥିଲା।ସଂସ୍ଥା ଅନୁଯାୟୀ ପୁନେଠାଙ୍କ
ବିରୁଦ୍ଧରେ ପିଥୌରାଗଢ ଥାନାରେ 2021 ମସିହାରେ ଏଫଆଇଆରରୁଜୁ କରାଯାଇଥି,, ଯେଉଁଥିରେ ତାଙ୍କ
ଉପରେ ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ରହିଛି। ଘଟଣା ପରେ ସେ ୟୁଏଇପଳାଇ ଯାଇଥିଲେ। ଉତ୍ତରାଖଣ୍ଡ
ପୋଲିସର ଅନୁରୋଧରେ ସିବିଆଇ ଚଳିତ ବର୍ଷ ମେ 6 ତାରିଖରେ ତାଙ୍କ ବିରୁଦ୍ଧରେ
ଇଣ୍ଟରପୋଲ ରେଡ୍ ନୋଟିସ୍ ଜାରି କରିଥିଲା। ଅଭିଯୁକ୍ତଙ୍କୁ ନେଇ ଉତ୍ତରାଖଣ୍ଡ ପୋଲିସ ଦଳ 13 ନଭେମ୍ବରରେ
ୟୁଏଇରୁ ନୂଆଦିଲ୍ଲୀ ପହଞ୍ଚିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା