
ରାଂଚି, 15 ନଭେମ୍ବର (ହି.ସ.)- ଝାରଖଣ୍ଡର
ରାଜଧାନୀ ରାଞ୍ଚିର ନଗଡି ଥାନା ଅଞ୍ଚଳର ଧୁର୍ବା ଡ୍ୟାମ୍ରେ ଶନିବାର ସକାଳେ ତିନିଜଣ
ପୁଲିସକର୍ମୀଙ୍କ ମୃତଦେହ ଜବତ ହୋଇଛି । ମୃତକଙ୍କ ପରିଚୟ ଜମଶେଦପୁରର ପ୍ରିନ୍ସିପାଲ୍ ଜିଲ୍ଲା
ଜଜଙ୍କ ଦୁଇଜଣ ବଡିଗାର୍ଡ ଏବଂ ଜଣେ ସରକାରୀ ଡ୍ରାଇଭର ଭାବେ କରାଯାଇଛି। ସୂଚନା ଅନୁସାରେ, ଦୁଇ ବଡିଗାର୍ଡ ଏବଂ ଡ୍ରାଇଭର ଶୁକ୍ରବାର ବିଳମ୍ବିତରାତି ଧୁର୍ବା
ଡ୍ୟାମ୍କୁ ଅତିକ୍ରମ କରୁଥିଲେ, ସେତେବେଳେ ସେମାନଙ୍କ ଗାଡି ଡ୍ୟାମ୍ରେ ଯାଇ ପଡ଼ିଥିଲା। ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ
ହୋଇଛି। ମୃତକମାନଙ୍କ ମଧ୍ୟରେ ଉପେନ୍ଦ୍ର କୁମାର ସିଂହ, ରୋବିନ କୁଜୁର ଓ ସତେନ୍ଦ୍ର ସିଂହ ଅଛନ୍ତି।
ସ୍ଥାନୀୟ ଲୋକମାନଙ୍କ
କହିବା ଅନୁସାରେ, ଶୁକ୍ରବାର
ବିଳମ୍ବିତରାତିରେ ଧୁର୍ବା ଡ୍ୟାମ୍ ନିକଟରେ ଏକ ଗାଡି ଯାଉଥିଲା, ହଠାତ୍ ସେହି ଗାଡି ଦ୍ରୁତ ଗତିରେ ଯାଇ ଡ୍ୟାମ୍ରେ ପଡ଼ିଯାଇଥିଲା।
ସୂଚନା ପାଇ ପୋଲିସ ଦଳ ଧୁର୍ବା ଏବଂ ନଗଡି ଥାନାରୁ ଘଟଣାସ୍ଥଳରେ ପହଞ୍ଚିଥିଲା। 2ରୁ 3 ଘଣ୍ଟାର
ଚେଷ୍ଟା ପରେ ସ୍ଥାନୀୟ ଲୋକ, ଗୋତାଖୋର ଓ ପୁଲିସଙ୍କ ସହଯୋଗରେ କାରଟିକୁ ଡ୍ୟାମ୍ରୁ ବାହାର କରାଯାଇଥିଲା, ଯେଉଁଥିରୁ ତିନିଟି ମୃତଦେହ ଏବଂ ଦୁଇଟି ପୁଲିସର ଅସ୍ତ୍ରଶସ୍ତ୍ର ଜବତ
କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା